ଯୁବକଂଗ୍ରେସର ଗଣଧାରଣା ଓ ବିକ୍ଷୋଭ

0

କଳାପଥର(ବାଙ୍କୀ) : ବାଙ୍କୀ ବିଜ୍ଞାପିତ ଅଞ୍ଚଳପରିଷଦରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରାଥମିକ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବାପରେ ଜନଅସନ୍ତୋଷ ବୃଦ୍ଧିପାଇବାରେ ଲାଗିଛି। ଅଭିଯୋଗ ଅନୁଯାଇ ଦାୟୀତ୍ୱରେ ଥିବା କର୍ମଚାରୀ ଏବଂ ଯାଞ୍ଚକମିଟି ସଦସ୍ୟ ଚଞ୍ଚକତା କରି ତାଲିକା ପ୍ରକାଶ କରିଥିବା ଯୁବକଂଗ୍ରେସ ବୁଧବାର ଆପତ୍ତି ଉଠାଇଛି। ଏନେଇ ବୁଧବାର ଯୁବକଂଗ୍ରେସ ତରଫରୁ ରମାକାନ୍ତ ସେଠୀଙ୍କ ନେତୃତ୍ୱରେ ଏକ ବିଶାଳ ଗଣଧାରଣା ବିଜ୍ଞାପିତ ଅଞ୍ଚଳପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଦିଆଯାଇଥିଲା। ବର୍ଷିୟାନ କଂଗ୍ରେସ ନେତା ସୂର୍ଯ୍ୟମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗଣଧାରଣାରେ ବାଙ୍କୀ ଏନ.ଏ.ସି ଦୁର୍ନିତିର ଗନ୍ତାଘର ପାଲଟିଥିବା ଯୁବକଂଗ୍ରେସ ଅଭିଯୋଗ କରିଛି । ବାଙ୍କୀ ଏନ.ଏ.ସି ୪୦ବର୍ଷରୁ ଉର୍ଦ୍ଧ ସମୟ ଧରି କଂଗ୍ରେସ ନିୟନ୍ତ୍ରଣରେ ରହିଥିବାବେଳେ ଦୁର୍ନିତିର ଛିଟା ବାଙ୍କୀ ଜନସାଧାରଣ ହୃଦୟଙ୍ଗମ କରିପାରି ନଥିଲା କିନ୍ତୁ ବିଗତ ୫ବର୍ଷ ମଧ୍ୟରେ ବିଜେଡି ସରକାର ସବୁ କ୍ଷେତ୍ରରେ ଦୁର୍ନିତି ଗ୍ରସ୍ତ ହୋଇ ଏହି ଅଞ୍ଚଳ ଜନସାଧାରଣଙ୍କୁ ଉପେକ୍ଷିତ କରିବା ସହିତ ନିଜ ପ୍ରାପ୍ୟ ପାଇବାରୁ ବଞ୍ଚିତ ରଖିଥିବା ଯୁବକଂଗ୍ରେସ ଅଭିଯୋଗ କରିଛି । ଏନ.ଏ.ସି ଅଞ୍ଚଳର ରାସ୍ତାଘାଟ, ନାଳନର୍ଦମା ଭାଙ୍ଗିରୁଜି ଯାଇଥିବାବେଳେ କାଗଜ କଲମରେ ଏହାକୁ ଫଲ୍ସବିଲ୍‍ ମାଧ୍ୟମରେ କରାଯାଇ ଲୋକଙ୍କୁ ଉପେକ୍ଷିତ କରାଯାଉଛି।ଏପରିକି ବାଙ୍କୀକୁ ବାହ୍ୟମଳମୁକ୍ତ ସହର ଘୋଷଣା କରାଯାଇଥିବା ବେଳେ ସ୍ଥାନୀୟ ଅଧିକାରୀ ଏବଂ ନେତାଙ୍କ ଆନ୍ତରିକତା ଅଭାବଯୋଗୁ ବାସ୍ତବ ଚିତ୍ର କେତେ ପରିସ୍କାର ତାହା ଜଣାପଡିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଆଗାମୀ ଦିନରେ ସଚେତନତା ସୃଷ୍ଟିକରିବାରେ ପ୍ରସାଶନ ବିଫଳ ହେଲେ କଂଗ୍ରେସ ତରଫରୁ ପ୍ରସାଶନକୁ ସଜାଗ କରିବାପାଇଁ ବାଙ୍କୀର ଜନସାଧାରଣଙ୍କ ଆବର୍ଜନା ଏନ.ଏ.ସି କାର୍ଯ୍ୟାଳୟରେ ପକାଯିବ ବୋଲି କଂଗ୍ରେସ ଚେତାବନି ଦେଇଛି। ଗରିବ ଜନସାଧାରଣଙ୍କ ପାଇଁ ପୂର୍ବ କେନ୍ଦ୍ର ନେତୃତ୍ୱାଧିନ ୟୁ.ପି.ଏ ସରକାର ଆବାସ ଯୋଜନା ପ୍ରଚଳନ କରିଥିବା ବେଳେ ବର୍ତ୍ତମାନର କେନ୍ଦ୍ରସରକାର ତାହାକୁ କାର୍ଯ୍ୟକାରି କରିଛନ୍ତି। କିନ୍ତୁ ବାଙ୍କୀ ଏନ.ଏ.ସିରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ସମସ୍ତ ୧୭ଗୋଟି ୱାର୍ଡରେ ଆବାସ ଯୋଜନା ଦୁର୍ନିତି ହୋଇଥିବା ଯୁବକଂଗ୍ରେସ ଅଭିଯୋଗ କରିଛି। ପ୍ରକୃତ ହିତାଧିକାରୀଙ୍କୁ ଚୟନ କରାନଯାଇ ମନଇଚ୍ଛା ସ୍ଥାନୀୟ ନେତାଙ୍କ ଚାପରେ ହାତଗୁଞ୍ଜା ନେଇ ଘର ବଣ୍ଟାଯାଇଥିବା ଯୁବକଂଗ୍ରେସ କାର୍ଯ୍ୟକାରୀ ସଭାପତି ରମାକାନ୍ତ ସେଠୀ ପ୍ରକାଶ କରିଛନ୍ତି। ସମସ୍ତ ୧୭ଗୋଟି ୱାର୍ଡର ଉନ୍ନତି ମୁଳକ କାର୍ଯ୍ୟପାଇଁ କାର୍ଯ୍ୟ ଆସିଥିବାବେଳେ ଟେଣ୍ଡର କରାନଯାଇ ସମସ୍ତ ନିତି ନିୟମକୁ ଭାଙ୍ଗି କାର୍ଯ୍ୟାଦେଶ ବଣ୍ଟନ ଏବଂ କାର୍ଯ୍ୟରେ ଅନିୟମିତତା କରି ଫଲ୍ସ ବିଲ୍ ମାଧ୍ୟମରେ ଟଙ୍କା ଭାଗବାଣ୍ଟି ନେଇ ସ୍ଥାନୀୟ ନେତା ଜନସାଧାରଣଙ୍କୁ ପ୍ରତାରିତ କରିଥିବା ବାଙ୍କୀ ନିର୍ବାଚନ ମଣ୍ଡଳି ଯୁବକଂଗ୍ରେସ ସଭାପତି ବିଶ୍ୱରଞ୍ଜନ ପଣ୍ଡା ପ୍ରକାଶ କରିଥିଲେ। ପ୍ରକୃତ ହିତାଧିକାରୀ ଅନିୟମିତତା ଯୋଗୁ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହେବାନେଇ ଯୁବକଂଗ୍ରେସ ଧାରଣା ଦେବାସହିତ ଭିଜିଲାନ୍ସ ତଦନ୍ତ ଦାବି କରିଛି। ଏ ନେଇ ୨ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ବାଙ୍କୀ ତହସିଲ୍‍ଦାର ପଦ୍ମ ଚରଣ ସାହୁ ସ୍ମାରକ ପତ୍ର ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ତଥା ବାଙ୍କୀ ପୂର୍ବତନ ବିଧାୟକ ଡଃ.ଦେବାଶିଷ ପଟ୍ଟନାୟକ ଯୋଗଦେଇ ଅନିୟମିତତା କରିଥିବା ବ୍ୟକ୍ତି , କର୍ମଚ।।ରୀ ଙ୍କୁ ଜନସାଧାରଣଙ୍କ ନାର୍ଯ୍ୟ ଦାବିରୁ ବିଚ୍ୟୁତ କରିବା ଅଭିଯୋଗରେ କ୍ଷମା ଦିଆଯିବ ନାହିଁ ବୋଲି ଚେତାବନି ଦେଇଛନ୍ତି। ତୁରନ୍ତ ପ୍ରକୃତ ହିତାଧିକାରୀଙ୍କୁ ଚୟନ କରାଯାଇ ଘର କାର୍ଯ୍ୟାଦେଶ ପ୍ରଦାନ କରିବା ପାଇଁ ଦାବି ରଖିଛନ୍ତି। ନଚେତ୍‍ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଯୁବକଂଗ୍ରେସ ସମସ୍ତ ଅନିୟମିତତାକୁ ପ୍ରତିରୋଧ କରିବବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଉପନଗର ପାଳ ଭଗିରଥି ବିଶ୍ୱାଳ, ପ୍ରତାପ ଚନ୍ଦ୍ର ବେହେରା, ଝରି ମଙ୍ଗୁଆଳ , ପାର୍ଥସାରଥି ପାଣି, ଆନନ୍ଦ ପ୍ରସାଦ ପଣ୍ଡା, ବିଶ୍ୱରଞ୍ଜନ କର, ରାଜୁ ରଣା. ଟିକିନା ରଣା, ହରେକୃଷ୍ଣ ସାହୁ, ପ୍ରଦୀପ ପତି ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଏବଂ ଜନସାଧାରଣ ଉପସ୍ଥିତ ରହି ଗଣ ଧାରଣାରେ ସାମିଲ ହୋଇଥିଲେ।

Leave A Reply