ଫିଡକୋ ଅଫିସ୍‍ ସମ୍ମୁଖରୁ ବାଇକ୍ ଚୋରି ଅଭିଯୋଗ

0

କଳାପଥର(ବାଙ୍କୀ) : ଧଳାପଥର ଫାଣ୍ଡି ଅନ୍ତର୍ଗତ ଧଳାପଥର ଗ୍ରାମରେ ଥିବା କଳାପଥର ଫିଡକୋ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରୁ ବୁଧବାର ମଧ୍ୟାହ୍ନରେ ଏକ ବାଇକ୍‍ (ନଂ ଓଆର-୨୫-ଏ ୧୪୯୯) ଗାଡି ଚୋରି ହୋଇଛି। ଏଥିନେଇ ନୟାଗଡ ଜିଲା ଫତେଗଡ ଥାନା ଅନ୍ତର୍ଗତ ସାନସରା ଗ୍ରାମର ଗୋଲଖ ଜେନା କଳାପଥର ଫିଡକୋ କର୍ମଚାରୀ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଉକ୍ତ ବାଇକଟି ଅଭିଯୋଗକାରୀଙ୍କ ପିତା ସୁଦର୍ଶନ ଜେନାଙ୍କ ନାମରେ ଥିବା ଜଣାପଡିଛି। ଏନେଇ ଧଳାପଥର ଫାଣ୍ଡି ଅଧିକାରୀ ତଦନ୍ତ ଚଳାଇ ଅନୁସନ୍ଧା କରୁଥିବା ଜଣାପଡିଛି।

Comments
Loading...