୩ବର୍ଷର ଶିଶୁ କରୋନା ସଂକ୍ରମିତ

ବାଙ୍କୀ: ଡମପଡା ବ୍ଲକ ଅନ୍ତର୍ଗତ ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ଗୋପାଳପୁର ପଞ୍ଚାୟତ ସିଂହନାଥପୁର ଗ୍ରାମର ଜଣେ ୩ବର୍ଷର ଶିଶୁ କରୋନା ଆକ୍ରାନ୍ତ ହୋଇଥିବା ସମ୍ପର୍କରେ ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଚଳିତ ସପ୍ତାହରେ ଶିଶୁଟିକୁ ଜ୍ୱର ଲାଗି ରହିବାରୁ ବାଙ୍କୀ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଅବସ୍ଥାରେ ସୁଧାର ନଆସିବାରୁ ପରିବାର ଲୋକେ ଶିଶୁଟିକୁ କିମ୍ସ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଶିଶୁର କୋଭିଡ ପରୀକ୍ଷା ପରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ଶିଶୁଟି କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧିନ ଥିବା ସୂଚନା ମିଳିଛି।

Comments are closed.