ପରୀ ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବୀରେ କ୍ୟାଣ୍ଡେଲ ଶୋଭାଯାତ୍ରା

ବାଙ୍କୀ : ନୟାଗଡରେ ଘଟିଯାଇଥିବା ଚପଳମତି ଶିଶୁ ପରୀ ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ଦାବୀ କରି ବାଙ୍କୀ ବିଜେପି ପକ୍ଷରୁ ସୋମବାର ଦିନ ସନ୍ଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାଙ୍କୀ ସହର ପରିକ୍ରମା କରିଛି। ବିଜେପି ନେତା ଶୁଭ୍ରାଂସୁ ମୋହନ ପାଢୀଙ୍କ ନେତୃତ୍ୱରେ ସଞ୍ଚାଳିତ କ୍ୟାଣ୍ଡେଲ ଶୋଭାଯାତ୍ରାରେ ପରୀ ପରିବାରଙ୍କୁ ନ୍ୟାୟ ପ୍ରଦାନ ପାଇଁ ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ଦାବିକୁ ଶକ୍ରିୟ କରିବା ପାଇଁ ବିଜେପିର ଶତାଧିକ କର୍ମୀ ସାମିଲ ହୋଇ ଅନୁରୂପ ଭାବରେ ତଦନ୍ତକୁ ଘଣ୍ଟ ଘୋଡାଉଥିବା ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି। ସୋମବାର ସନ୍ଧ୍ୟାରେ ବାଙ୍କୀ ବିଜେପି କାର୍ଯ୍ୟାଳୟଠାରୁ ଏହି ଶୋଭାଯାତ୍ରା ବାହାରି ବାଙ୍କୀ ସହର ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ବିଜେପି ପକ୍ଷରୁ ବିପ୍ରବର ଲେଙ୍କା, ଦୀଲ୍ଲିପ ଦାସ, ଦେବୀପ୍ରସାଦ ମହାନ୍ତି, ଶ୍ରୀକୃଷ୍ଣ ବେହେରା, ଚିନ୍ତୟ ମହାପାତ୍ର, ସରୋଜ ସେଠୀ, ଶିବ ପ୍ରସଦ ମାଝୀ, ପ୍ରଣବ ମହାପାତ୍ର, ଅଜିତ ସୁବୁଦ୍ଧି, ନୃସିଂହ ରାଉତ, ଜଗନ୍ନାଥ ରାଉତ, ଦୀପକ ବେହେରା ପ୍ରମୁଖ ସାମିଲ ହୋଇଥିବା ସମ୍ପର୍କରେ ବିଜେପି ନେତା ଶ୍ରୀ ପାଢୀ ସୂଚନା ପ୍ରଦାନ କରିଛନ୍ତି।

Comments are closed.