ବାଙ୍କୀରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ : ବିଜୁ ବାବୁଙ୍କୁ ଭାରତରତ୍ନ ପାଇଁ ଦାବି

ବାଙ୍କୀ : ମହାନ ଜନ ନାୟକ ଓଡିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ୧୦୫ତମ ଜୟନ୍ତୀ ବାଙ୍କୀରେ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ ୯ଟାରେ ସ୍ଥାନୀୟ କଚେରୀ ପଡ଼ିଆ ନିକଟରେ ସ୍ଥାପିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଏବଂ ବିଜୁ ଜନତା ଦଳର ଦଳୀୟ ପୁରୁଖା କର୍ମୀ ମାନେ ସମବେତ ହୋଇ ବିଜୁବାବୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ସ୍ୱରୂପ ପୂଷ୍ପମାଲ୍ୟ ଅର୍ପଣ କରିଛନ୍ତି।

ସ୍ଥାନୀୟ ବିଜୁ ଜନତାଦଳ କାର୍ଯ୍ୟାଳୟ ଠାରେ ବିଜୁବାବୁଙ୍କ ୧୦୫ତମ ଜୟନ୍ତୀ ଉତ୍ସବ ସଭାପତି ହରେକୃଷ୍ଣ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗଦେଇ ନିର୍ଭିକ ରାଷ୍ଟ୍ରନେତା ତଥା ଓଡିଶା ବିକାଶରେ ପ୍ରମୁଖ ସାରଥି ବିଜୁବାବୁଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରି ତାଙ୍କ ଜୀବନବ୍ୟାପୀ ସଂଗ୍ରାମର ସଫଳତା ଓ ମାର୍ମିକ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଏହି ଉତ୍ସବରେ ଡମପଡା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, ବାଙ୍କୀ ବ୍ଲକ ବିଜେଡି ସଭାପତି ଅନନ୍ତ ଚରଣ ଦାସ, ନଗର ବିଜେଡି କାର୍ଯ୍ୟକାରୀ ସଭାପତି ଭାଗୀରଥି ବିଶ୍ୱାଳ, ପୂର୍ବତନ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାଷ ଚନ୍ଦ୍ର ପାଢୀ,ବରିଷ୍ଠ ବିଜେଡି ନେତା ସମରେନ୍ଦ୍ର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ବିଜୁପଟ୍ଟନାୟକଙ୍କର ଜୟନ୍ତୀ ଅବସରରେ ଆୟୋଜିତ ଉତ୍ସବରେ ସମ୍ମାନିତ ଅତିଥି ଓ ବକ୍ତା ମାନେ ବିଜୁପଟ୍ଟନାୟକଙ୍କୁମରଣୋତ୍ତର ଭାବେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବା ପାଇଁ ଦାବୀ ପ୍ରସ୍ତାବ ଉପସ୍ଥାପନା କରି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏସମ୍ପର୍କରେ ବିଧାନ ସଭାରେ ପ୍ରସ୍ତାବ ରଖିବା ପାଇଁ ଅନୁରୋଧ କରାଯାଇଛି। ଓକିଲ ସନ୍ତୋଷ ରଣା,ଜିଲ୍ଲାପରିଷଦ ସଦସ୍ୟ ତ୍ରିଲୋଚନ ରାଉତ,ବରିଷ୍ଠ ବିଜେଡି ନେତା ଗତିକୃଷ୍ଣ ସ୍ୱାଇଁ,ଜିଲ୍ଲା ସାଧାରଣ ସମ୍ପାଦକ ସନାତନ ବେହେରା,ଡମପଡା ବ୍ଲକ ଯୁବ ବିଜେଡି ସଭାପତି ଅସୀତ ଜେନା,ବିଜେଡି ଜିଲ୍ଲା ଉପସଭାପତି ବିଜନ ସାହୁ ପ୍ରମୁଖ ବିଜୁବାବୁଙ୍କ ନୀତି,ଆଦର୍ଶ,ସାହସିକତା ଓ ରାଷ୍ଟ୍ର ଗଠନର ଭୂମିକା ଉପରେ ଆଲୋକପାତ କରିଥିଲେ। ସୁବର୍ଣ୍ଣପୁର ସରପଞ୍ଚ ତରୁଣ କୁମାର ମହାପାତ୍ର, କଦଳୀବାଡି ସରପଞ୍ଚ ପ୍ରକାଶ କୁମାର ବେଉରା, ବନ୍ଦାଳ ସରପଞ୍ଚ ପ୍ରଦୀପ କୁମାର ବେହେରା, ରତାଗଡ ସରପଞ୍ଚ ପ୍ରତିନିଧି ବିଜୟ କୁମାର ରାଉତଙ୍କ ସମେତ ବିଜେଡିର ବହୁ ବରିଷ୍ଠ କର୍ମୀ,ପଦାଧିକାରୀ,ସରପଞ୍ଚ,ସମିତିସଭ୍ୟ ଯୋଗଦେଇ ବିଜୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ନଗର ଯୁବ ବିଜେଡି ସଭାପତି ପଠାଣି ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Comments are closed.