ଲକ୍ଷାଧିକ ଟଙ୍କାର ମୋବାଇଲ ଜବତ, ୨ ଗିରଫ

0

କଳାପଥର(ବାଙ୍କୀ) : ବାଙ୍କୀ ଥାନା ଅଞ୍ଚଳରୁ ବିଭିନ୍ନ ପ୍ରକାରର ଚୋରି, ଡକାୟତୀ ଘଟଣାରେ ସଂପୃକ୍ତ ଥିବା ଆଠଗଡ ଥାନା ଅଞ୍ଚଳର ମେଘା ଗ୍ରାମର ଦୁଇଜଣଙ୍କୁ ବାଙ୍କୀ ପୁଲିସ୍‍ ଗିରଫ କରିଛି। ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଜବତ କରିଛି। ଜଣାଯାଇଛିଯେ, ଗତ ଏକ ମାସ ତଳେ ବାଙ୍କୀ ବଜାରରେ ଦୋକାନ କରିଥିବା ଜଣେ ବ୍ୟକ୍ତିଙ୍କ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଓ କେତେକ ସାମଗ୍ରୀ ଚୋରି ହୋଇଯାଇଥିଲା। ପୁଲିସ୍‍ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିଲା। ଗତ ଦୁଇଦିନ ତଳେ ଆଠଗଡ ପୁଲିସ୍‍ ମେଘା ଗ୍ରାମରୁ ୨ ଜଣ ଅପରାଧିଙ୍କୁ ଧରିବା ପରେ ସେମାନେ ବାଙ୍କୀର ମୋବାଇଲ ଚୋରି ଘଟଣାରେ ସଂପୃକ୍ତ ଥିବା ଜାଣିବାକୁ ପାଇଥିଲା। ଅପରାଧିଦ୍ୱୟ ମେଘା ଗ୍ରାମର ଆନନ୍ଦ ଦେହୁରି ଓ ରଞ୍ଜନ ଦେହୁରି। ଅପରାଧିଦ୍ୱୟଙ୍କୁ ଆଠଗଡ ପୁଲିସ ଗିରଫ କରିବାପରେ ବାଙ୍କୀ ପୁଲିସ୍‍କୁ ହସ୍ତାନ୍ତର କରିଥିଲା। ବାଙ୍କୀ ପୁଲିସ୍‍ ସେମାନଙ୍କ ଠାରୁ ତଥ୍ୟ ଆଦାୟକରି ବିଭିନ୍ନ ପ୍ରକାରର ଲୁଟ୍‍ ଘଟଣାରେ ସଂପୃକ୍ତ ଥିବା ଜାଣିବାକୁ ପାଇବା ପରେ ସେମାନଙ୍କୁ ଗିରଫକରି କୋଟ୍‍ ଚାଲାଣ କରିଛି।

Leave A Reply