ବାଙ୍କୀରେ ଅବକାରୀ ଚଢାଉ; ୪୬ଲିଟର ଚୋରା ରନ୍ଧା ମଦ ଜବତ, ୪କୋର୍ଟ ଚାଲାଣ

ବାଙ୍କୀ : ବାଙ୍କୀର ବିଭିନ୍ନ ଗ୍ରାମାଞ୍ଚାଳରେ କୋଭିଡ୍‍ କଟକଣା ସମୟରେ ବେଆଇନ ଚୋରା ରନ୍ଧା ମଦ କାରବାର ବ୍ୟାପିବାରେ ଲାଗିଛି। ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବିଗତ ଦିନରେ ପଶାଣିଆ ଓ ଢେଗୁଆ ଅଞ୍ଚଳରେ ବ୍ୟାପକ ଚଢାଉ କରାଯାଇ ହଜାର ହଜାର ଲିଟର ପୋଚ ନଷ୍ଟ କରାଯାଇଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଏବେ ଚୋରା ରନ୍ଧା ମଦ ବିକ୍ରି କାରବାର ଥମିନାହିଁ। ସୋମବାର ସକାଳେ ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବାଙ୍କୀ ଥାନା ଅଧିନ ଶିମିଳିପୁର, କରବର, ଭଗିପୁର ଓ ଅରପୁର ଗ୍ରାମ ଉପରେ ଚଢାଉ କରାଯାଇ ପ୍ରାୟ ୪୬ଲିଟର ବେଆଇନ ଚୋରା ରନ୍ଧା ମଦ ଜବତ୍‍ କରାଯାଇ ୪ଜଣଙ୍କୁ ଗିରଫ କରାଯାଇଛି। ଶିମିଳିପୁର ଗ୍ରାମର ଭରତ ନାୟକଙ୍କଠାରୁ ୮ଲିଟର, କରବର ଗ୍ରାମରୁ ଉତ୍ତମ ଦେହୁରୀଠାରୁ ୧୨ଲିଟର, ଭଗିପୁର ଗ୍ରାମର ହୃଦାନନ୍ଦ ସାହୁଙ୍କଠାରୁ ୨୦ଲିଟର ଓ ଅରପୁର ଗ୍ରାମର ପ୍ରସନ୍ନ ସେଠୀଙ୍କଠାରୁ ୬ଲିଟର ମଦ ଜବତ୍‍ ହେବା ସହ ସମସ୍ତଙ୍କର କୋଭିଡ୍‍ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉରେ ଅବକାରୀ ଅଧିକାରୀ ଟେଲେସଫର ଲାକ୍ରା, ଏଏସଆଇ ଦୀପକ କୁମାର ସାମଲ, କନେଷ୍ଟବଳ ସଞ୍ଜୟ କୁମାର ରାଉତ, ବିଶ୍ୱନାଥ ସୋରେନ ଓ ଗୀତାଞ୍ଜଳୀ ବେହେରା ସାମିଲ ଥିବା ସୂଚନା ମିଳିଛି।

Comments are closed.