ବ୍ଲକ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନିତୀର ତଦନ୍ତ ପାଇଁ କଂଗ୍ରେସ କମିଟିର ଦାବୀ ଓ ଅନଶନ

ବାଙ୍କୀ : ବାଙ୍କୀ ଡମପଡା ବ୍ଲକରେ ଦିନକୁ ଦିନ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନିନୀ ହେଉଥିବାର ଅଭିଯୋଗ ବାଙ୍କୀ କଂଗ୍ରେସ କମିଟି ପକ୍ଷରୁ କରାଯାଇଛି । ଏହି ବ୍ଲକ ଅନ୍ତର୍ଗତ ଢଁସର ପଞ୍ଚାୟତରେ ୨୦୧୨ମସିହା ଠାରୁ ୨୦୧୯ମସିହା ପର୍ଯ୍ୟନ୍ତ ଦୀର୍ଘ ବର୍ଷ ଧରି ପଞ୍ଚାୟତରେ ହୋଇଥିବା ଦୁର୍ନିତୀର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀରେ ସୂଚନା ଅଧିକାର କର୍ମୀ ତଥା ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ନକୁଳ ପ୍ରଧାନଙ୍କ ନେତୃତ୍ୱରେ ଡମପଡା ବ୍ଲକ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ କଂଗ୍ରେସ କମିଟି ପକ୍ଷରୁ ପଞ୍ଚାୟତ ସ୍ତରୀୟ ବହୁ କଂଗ୍ରେସ କର୍ମୀ ଧାରଣାରେ ବସି କଟକ ଜିଲ୍ଲାପାଳଙ୍କୁ ତଦନ୍ତ ଦାବୀ ପାଇଁ ଅନୁରୋଧ କରିଛନ୍ତି। ଏହି ଧାରଣାରେ ବାଙ୍କୀର ପୂର୍ବତନ ବିଧାୟକ ଡଃ. ଦେବାଶିଷ ପଟ୍ଟନାୟକ ଯୋଗଦେଇ ବ୍ଲକରେ ଚାଲିଥିବା ଦୁର୍ନିତୀ ବିରୋଧରେ ସ୍ବରଉତ୍ତୋଳନ କରି ସୂଚନା ଅଧିକାର ଆଇନ ବଳରେ ଦୁର୍ନିତୀ ସମ୍ପର୍କରେ ଧାରଣାର ନେତୃତ୍ୱ ନେଉଥିବା ନକୁଳ ପ୍ରଧାନଙ୍କ ଅଭିଯୋଗକୁ ତଦନ୍ତ କରାନଗଲେ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଡମପଡା ବ୍ଲକକୁ ଘେରାଉ କରାଯିବାର ଚେତାବନୀ ଦେଇଛନ୍ତି।

ଏହି ଧାରଣାରେ କଂଗ୍ରେସ ବରିଷ୍ଠ ନେତା କୁବେର ଚୌଧୁରୀ,ଭାବଗ୍ରାହୀ ସ୍ୱାଇଁ,ତ୍ରିନାଥ ପ୍ରଧାନ,ଅର୍ଜୁନ ପ୍ରଧାନ,ତ୍ରିନାଥ ଜେନା,ପ୍ରକାଶ କୁମାର ସାହୁ,ବଶନ୍ତ ରାଉତ,ଭବାନୀ ପ୍ରଶାଦ ଧଳ,ପବିତ୍ର ମୋହନ ଦାସ,ନୀଳମଣି ମହାପାତ୍ର,ବିଶ୍ୱ ରଞ୍ଜନ ପଣ୍ଡା ପ୍ରମୁଖ ପଞ୍ଚାୟତ ସ୍ତରର ଓ ଢଁସର ପଞ୍ଚାୟତର ବହୁ କଂଗ୍ରେସ କର୍ମୀ ଧାରଣାରେ ବସିଥିଲେ ।

ଦାବୀପତ୍ରରେ ଦର୍ଶାଯାଇଥିବା ୫ଦଫା ତଦନ୍ତ ଦାବୀରେ ଢଁସର ପଞ୍ଚାୟତରେ ପଞ୍ଚାୟତ ପାଣ୍ଠି ଓ ବ୍ଲକରୁ ଆସୁଥିବା ୪ର୍ଥଚତୁର୍ଦଶ ଆର୍ଥିକ ମିଶନ ଅନୁଦାନରେ ବ୍ୟାପକ ଦୁର୍ନିତୀ ହୋଇଛି। ଅନେକ ପ୍ରକଳ୍ପକୁ ୨ରୁ ୩ଥର ବିଲ କରି ଅର୍ଥ ହଡପ କରାଯିବା,ମହିଳା ଉପଜନଜାତିର ସରପଞ୍ଚଙ୍କ ଅଗୋଚରରେ ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀ ମନଇଚ୍ଛା ବ୍ୟାପକ ହରିଲୁଟ କରିବା,ହାଇମାକ୍ସ ଲାଇଟ ଲଗାଣରେ ବ୍ୟାପକ ଦୁର୍ନିତୀ,ନିମ୍ନ ମାନର ଲାଇଟ ଲଗାଇ ଲକ୍ଷାଧିକ ଟଙ୍କା ପଞ୍ଚାୟତ ପାଣ୍ଠିରୁ ହରିଲୁଟ କରିବା। ଯାହାରକି ସଠିତ ତଥ୍ୟ ମିଳୁନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ପୂର୍ବରୁ ଘର ପାଇଥିବା ପକ୍କାଘର ଥିବା ସମ୍ପର୍କୀୟଙ୍କ ନାମରେ କାର୍ଯ୍ୟାଦେଶ ଦେଇ ବ୍ୟାପକ ଅର୍ଥ ଆଦାୟ କରାଯିବା ଏବଂ ସାଧାରଣ ଲୋକଙ୍କୁ ଅନ୍ଧକାରରେ ରଖି ପଞ୍ଚାୟତ ପାଣ୍ଠି ଓ ବ୍ଲକରୁ କେତେ କେତେ ଟଙ୍କାର ଅନୁଦାନ ଆସୁଛି ତାହା ଜାଣିବା ପାଇଁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିବା ବେଳେ ପଞ୍ଚାୟତ କିମ୍ବା ବ୍ଲକ ପକ୍ଷରୁ ସଠିକ ସୂଚନା ଦିଆଯାଉନଥିବା,ପଞ୍ଚାୟତରାଜ ବିଭାଗର ଶାସନ ସଚିବ ଓ ସୂଚନା କମିଶନରଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସୁଥିଲେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ନମିଳିବାରୁ ଶୁକ୍ରବାର ଦିନ କଂଗ୍ରେସ କମିଟି ପକ୍ଷରୁ ଢଁସର ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ତଦନ୍ତ କରାଯିବା ପାଇଁ ଦାବୀ ଓ ଧାରଣା ଦିଆଯାଇଥିବା ସମ୍ପର୍କରେ ନକୁଳ ପ୍ରଧାନ ସୂଚନା ଦେଇଛନ୍ତି।

Comments are closed.