ବିଦ୍ୟୁତ୍‍ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ; ଦୁଇ ବଖରା ଘର ଭସ୍ମିଭୁତ

କଳାପଥର(ବାଙ୍କୀ) :ବାଙ୍କୀ ବ୍ଳକ ଅଧିନସ୍ଥ କଳାପଥର ପଞ୍ଚାୟତର ପର୍ଶୁରାମପୁର ଗ୍ରାମରେ ରାତ୍ରିରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ଭସ୍ମିଭୂତ ହୋଇଯାଇଛି। ବିଦ୍ୟୁତ ସଟ୍‍ ସର୍କିଟ୍‍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ରବିନ୍ଦ୍ର କୁମାର ସାହୁଙ୍କ ଦୁଇ ବଖରା ଘର ଭସ୍ମିଭୂତ ହୋଇଯାଇଥିଲା। କଳାପଥର ଦମକଳ ଦଳ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା ବେଳକୁ ଅନୁମାନ ୫୦ ହଜାର ଟଙ୍କାର ଆସବାପତ୍ର ପୋଡି ନଷ୍ଟ ହୋଇଯାଇଥିଲା। ବାଙ୍କୀ ତହସିଲଦାର ଏବଂ ବୈଦ୍ୟେଶ୍ୱର ରାଜସ୍ୱ ନିରିକ୍ଷକ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିଥିବା ବେଳ ଅଗ୍ନି ବିପନ୍ନଙ୍କୁ ତୁରନ୍ତ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବୀ ହେଉଛି।

Comments are closed.