ଯୋଗେଶ ଚନ୍ଦ୍ର ରାଉତଙ୍କର ଶ୍ରାଦ୍ଧଦିବସ ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବାଙ୍କୀ : ଆଧୁନିକ ବାଙ୍କୀର ନିର୍ମାତା ସମବାୟ ସମ୍ରାଟ ପୂର୍ବତନ ମନ୍ତ୍ରୀ ଡଃ. ଯୋଗେଶ ଚନ୍ଦ୍ର ରାଉତଙ୍କର ୧୧ତମ ସ୍ମୃତି ଚାରଣ ଜନ୍ମ ମାଟି ଶିଶୁଆ ଗ୍ରାମରେ ଶନିବାର ସକାଳେ ଯୋଗେଶ ଚନ୍ଦ୍ର ସ୍ମୃତି ସଂସଦ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଜନ୍ମ ସ୍ଥାନରେ ଥିବା ଡଃ. ରାଉତଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଏକ ସଂକ୍ଷିପ୍ତ କାର୍ଯ୍ୟକ୍ରମଟିଏ ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।

ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ସୁବାଷ ଚନ୍ଦ୍ର ପାଢୀ,ପ୍ରେସକ୍ଲବ ଉପସଭାପତି ସମରେନ୍ଦ୍ର ମହାପାତ୍ର, ଡାକ୍ତର ଜଗଦିଶ ପଣ୍ଡା,ଗୋପବନ୍ଧୁ ସାହୁ,ବିଦ୍ୟାଧର ଖଟୁଆ,ପ୍ରଦୀପ କୁମାର ଜେନା, ଲଲାଟେନ୍ଦୁ ପଣ୍ଡା,ଖଗେନ୍ଦ୍ର ରାଉତ, ନକୂଳ ପରିଡା,ପବିତ୍ର ମୋହନ ପ୍ରଧାନ,ମନୋଜ କୁମାର ରାଉତ,ଆଶିଷ ବେହେରା,ବିଧାନ ବେହେରା, ପ୍ରତାପ ସ୍ୱାଇଁ,ଅକ୍ଷୟ କୁମାର ସାମଲ,ଜାପାନୀ ପରିଡା,ସନ୍ତୋଷ କୁମାର ରଣ,ସନାତନ ବେହେରା,ପ୍ରଫୁଲ ପଣ୍ଡା, ଦେବରାଜ ରଣା,ଗୌରାଙ୍ଗ ବେହେରା,ଗୌତମ ମିଶ୍ର,ବିଭୁପ୍ରସାଦ ସାମଲ,ସୁନିଲ କୁମାର ଖଟୁଆ,ବାଉରୀବନ୍ଧୁ ସେଠୀ,ଅଶୋକ କୁମାର ଗିରି ପ୍ରମୁଖ ବହୁ ଯୋଗେଶ ପ୍ରେମୀ ବ୍ୟକ୍ତି ବିଶେଷ ମାନେ ଯୋଗଦେଇ ସ୍ମୃତି ଚାରଣ କରିଥିଲେ। ବାଙ୍କୀର ଶିକ୍ଷା, ସ୍ୱାସ୍ଥ୍ୟ,କୃଷି ବିକାଶରେ ସ୍ୱର୍ଗତଃ ଡଃ. ରାଉତଙ୍କର ଅବଦାନ ଅତୂଳନୀୟ ବୋଲି ଉପସ୍ଥିତ ବ୍ୟକ୍ତି ମାନେ ସ୍ମୃତିଚାରଣ ସମୟରେ ସଂକ୍ଷିପ୍ତ କଥା ରଖିଥିଲେ। ମନୋଜ କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସମାଜସେବୀ ଅକ୍ଷୟ କୁମାର ସାମଲ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ସେହିପରି ସରଣ୍ଡାଗଡ ସ୍ଥିତ ଅଂଶୁପା କନିଷ୍ଠ ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତଃ ଡଃ. ଯୋଗେଶ ଚନ୍ଦ୍ର ରାଉତଙ୍କର ୧୧ତମ ଶ୍ରାଦ୍ଧ ଦିବସ ସଂକ୍ଷିପ୍ତ ଭାବରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟ ପରିସର ସ୍ଥିତ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ସ୍ମୃତିଚାରଣ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ବେଉରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସଞ୍ଚାଳିତ ସ୍ମୃତିଚାରଣ ସଭାରେ ପ୍ରଧ୍ୟାପିକା ଶାରଦା ପଟ୍ଟନାୟକ,ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ,ଶୁଭଶ୍ରୀ ପଟ୍ଟନାୟକ,

ମହେଶ୍ୱେତା ସାହୁ,ପଙ୍କଜ ଗୋଚ୍ଛୀ,ମମତା ଶତପଥି,ପୁଷ୍ପଲତା ରାଉତ,ସଦାଶିବ ଦାସ,ବିଜୟ କୁମାର ସାହୁ,ନିତ୍ୟାନନ୍ଦ ସ୍ୱାଇଁ,ଶୁପ୍ରଭା ମହାରଣା,ସ୍ନିଗ୍ଧା ମହାନ୍ତି,କୃଷ୍ଣଚନ୍ଦ୍ର ବେଉରା,ଶରତ ଚନ୍ଦ୍ର ସାମନ୍ତରାୟ,ପବିତ୍ର ରାଉତ,ବିଜୟ ବେହେରା,ମନ୍ଦରଧର ପରିଡା,ନବକିଶୋର ଦଳାଇ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ। ବାଙ୍କୀର ଗାନ୍ଧୀ ଭାବରେ ସ୍ୱର୍ଗତଃ ଯୋଗେଶ ଚନ୍ଦ୍ର ରାଉତ ଶିକ୍ଷା,ସ୍ୱାସ୍ଥ୍ୟ,କୃଷି ଓ ସମବାୟ କ୍ଷେତ୍ରରେ ବାଙ୍କୀକୁ ସମୃଦ୍ଧ କରିବାରେ ବିନ୍ଧାଣି ଥିଲେ ବୋଲି ଆଲୋକପାତ କରାଯାଇଛି।

ଅନୁରୂପ ଭାବରେ ଡଃ. ଯୋଗେଶ ଚନ୍ଦ୍ର ରାଉତଙ୍କର ୧୧ତମ ଶ୍ରାଦ୍ଧ ଦିବସ ପାଳନ ଅବସରରେ ବାଙ୍କୀ ବ୍ଲକ ଅଧିନ ପଥୁରିପଡା ସ୍ଥିତ ମହାବେରଣା କ୍ଲବ ପକ୍ଷରୁ ଏକ ସ୍ମୃତିଚାରଣ କାର୍ଯ୍ୟକ୍ରମ ଶନିବାର ଦିନ ସକାଳେ ଅନୁଷ୍ଠିତ ହୋଇଯାଇଛି। ଏଠାରେ ବହୁ ବରିଷ୍ଠ ନାଗରିକ,ସମବାୟ ତଥା ଯୋଗେଶ ପ୍ରେମୀ ବ୍ୟକ୍ତି ବିଶେଷ ଓ ଅବସରପ୍ରାପ୍ତ ଶିକ୍ଷାବିତ୍‍ ମାନେ ଯୋଗଦେଇ ଯୋଗେଶଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ।

କ୍ଲବର ସମ୍ପାଦକ ସଦାଶିବ ଦାସଙ୍କ ଆବାହକତ୍ୱରେ ସଞ୍ଚାଳିତ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ କାର୍ତ୍ତିକ ଚନ୍ଦ୍ର ଦାସ,ରାଧାମୋହନ ସାହୁ,ବ୍ରହ୍ମାନନ୍ଦ ତ୍ରିପାଠୀ,ହରିଶଚନ୍ଦ୍ର ତ୍ରିପାଠୀ,ଅକ୍ଷୟ କୁମାର ସାହୁ,ବିରୁପାକ୍ଷ ତ୍ରିପାଠୀ, ଅଭିମନ୍ୟୁ ସାହୁ,ନିରଞ୍ଜନ ତ୍ରିପାଠୀ,ବୈଦ୍ୟନାଥ ତ୍ରିପାଠୀ,ଗୌରାଙ୍ଗ ସାହୁ,ପାର୍ଥସାରଥି ଦାସ,ଯୋଗୀନାଥ ବେଉରା, ଚନ୍ଦ୍ରମଣି ବେଉରା ପ୍ରମୁଖ ଯୋଗଦେଇ ଯୋଗେଶ ଚନ୍ଦ୍ର ରାଉତଙ୍କର ଜୀବନ ଦର୍ଶନ ଓ ବାଙ୍କୀର ବିକାଶ ପାଇଁ କରିଥିବା କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ୧ମିନିଟ ନିରବ ପ୍ରାର୍ଥନା କରାଯିବା ସହିତ ମହାବେରଣା କ୍ଲବ ଉଦ୍‍ଘାଟନ ସମୟରେ ସ୍ୱର୍ଗତଃ ଡଃ. ରାଉତ ଯୋଗଦେଇ ବାଙ୍କୀ ପଥୁରିପଡା ଅଞ୍ଚଳରେ ମହାବେରଣା କ୍ଲବ ଆଗାମୀ ଦିନରେଏକ ଲୋକପ୍ରିୟ ଯୁବ ଅନୁଷ୍ଠାନ ଭାବରେ କ୍ରୀଡା,ପୂଜ୍ୟ ପୂଜାର ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଦେଇଥିବା ବକ୍ତବ୍ୟର ସ୍ମୃତିଚାରଣ କରାଯାଇଥିଲା।

Comments are closed.