ଅବକାରୀ ଚଢାଉ, ୩୮୦୦ ଲିଟର ଗୁଡପୋଚ ସହ ୪୫୦ ଲିଟର ଦେଶୀ ମଦ ଜବତ

ବାଙ୍କୀ : କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ପଶାଣିଆ ଗ୍ରାମର ଗହୀର ମଧ୍ୟରେ ଅବକାରୀ ବିଭାଗ ଚଢାଉ କରି ୩୮୦୦ ଲିଟର ମଦ ରନ୍ଧା ପାଇଁ ପ୍ରସ୍ତୁତ ଥିବା ଗୁଡପୋଚ ଏବଂ ୪୫୦ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ କରିଥିବା ଜଣାପଡିଛି। ଶୁକ୍ରବାର ସକାଳେ ଏହି ଚଢାଉ ବାଙ୍କୀ ଅବକାରୀ ବିଭାଗ ସହିତ ଆଠଗଡ, ନରସିଂହପୁର ଏବଂ ମୋବାଇଲ ସ୍କ୍ୱାର୍ଡର ମିଳିତ ସହଯୋଗରେ କରାଯାଇଥିଲା। ବାଙ୍କୀ ପୁଲିସର ସକ୍ରିୟ ସହଯୋଗ ଏଇ ବଡଧରଣର ଚଢାଉକୁ ସଫଳତା ଦେଇଥିବା ସମୟରେ ଅବକାରୀ ବିଭାଗ କୈାଣସି ଅଭୁଯୁକ୍ତ କି ମଦ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ।

ସୂଚନା ଯୋଗ୍ୟ ଯେ, ଦୀର୍ଘଦିନ ଧରି ପଶାଣିଆ ଗ୍ରାମରେ ମଦ କାରବାର ପ୍ରବଳ ମାତ୍ରାରେ ହୋଇ ଆସୁଥିବାର ଅଭିଯୋଗ ହୋଇ ଆସୁଥିଲା। ଆଜି ପଶାଣିଆ ଗ୍ରାମର ଗହିର ମଧ୍ୟରେ ୮ ଗୋଟି ସ୍ଥାନ ଉପରେ ଏହି ଚଢାଉ କରାଯାଇଥିବା ସମ୍ପର୍କରେ ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.