ବିଜେପି ପକ୍ଷରୁ ଚୀନ ଜାତୀୟ ପତକା ପୋଡି ଓ ସହିଦ ମାନଙ୍କ ଉଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା

କଳାପଥର(ବାଙ୍କୀ): ଭାରତ ଓ ଚୀନ ସୀମାରେ ଚୀନର ଦାଦାଗିରି କରିବା ଏବଂ ଉତ୍ତେଜନା ସୃଷ୍ଟି କରିବା ଘଟଣାକୁନେଇ ଆଜି ସଂଧ୍ୟାରେ ଏଠାରେ ଭାରତୀୟ ଜନତାପାର୍ଟି ବାଙ୍କୀ ଶାଖା ପକ୍ଷରୁ ସୀମାରେ ସହିଦ ହୋଇଥିବା ଭାରତୀୟ ଜବାନ ମାନଙ୍କ ଉଦେଶ୍ୟରେ ଏକ ଶାନ୍ତି ପୂର୍ଣ୍ଣ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା। ବିଜେପି ସଦସ୍ୟମାନେ ଚୀନର ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ନାରାବାଜି ଦେବା ସହିତ ତାଙ୍କର ଫଟୋ ସହିତ ଜାତୀୟ ପତକାରେ ଅଗ୍ନି ସଂଯୋଗ କରିଥିଲେ। ଭାରତୀୟ ସହିଦ ମାନଙ୍କ ଉଦେ୍ଧଶ୍ୟରେ ଏକ ମିନିଟ୍‍ ନିରବ ପ୍ରାର୍ଥନା ସଭା କରାଯାଇଥିଲା। ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ଠାରେ ବରିଷ୍ଠ ବିଜେପିନେତା ଶୁଭ୍ରାଶୁଂ ମୋହନ ପାଢି ,ଜଯାତୀକେଶରୀ ପଟ୍ଟନାୟକ ,ନଗର ସଭାପତି ଶ୍ରୀନିବାସ ବେହେରା,ଗୋପାଳପୁର ମଣ୍ଡଳ ସଭାପତି ବିପ୍ରବର ଲେଙ୍କା,ବ୍ରହ୍ମପୁରା ମଣ୍ଡଳ ସଭାପତି ଦୀଲ୍ଲୀପ ଦାସ, କଳାପଥର ମଣଡଳ ସଭାପତି ଶୁଶାନ୍ତ ଭଟ୍ଟ, ନଗର ମଣ୍ଡଳ ଯୁବ ସଭାପତି ଚିନ୍ମୟ ମହାପାତ୍ର ,ମଣ୍ଡଳ ଯୁବ ସଭାପତି ସମ୍ମୋହନ ବିଭୁତିରାୟ,ଓ ପ୍ରହହ୍ଲାଦ ପୃଷ୍ଟ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.