୧୩ତମ ବୈଦେଶ୍ୱର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ପିସିସି ଅଟ୍ରୀ ଚମ୍ପିଆନ

ବାଙ୍କୀ: ବାଙ୍କୀ ବ୍ଲକ ଅଧିନ ବୈଦେଶ୍ୱର ଅନ୍ତର୍ଗତ ଦିଶା ମିନିଷ୍ଟାଡିୟମ ପରିସରରେ ୧୩ତମ ରାଜ୍ୟସ୍ତରୀୟ ବୈଦେଶ୍ୱର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ରାଇଜିଂଷ୍ଟାର କୁମାରବସ୍ତ ଓ ପିସିସି କ୍ରିକେଟ କ୍ଲବ ଅଟ୍ରୀ ମଧ୍ୟରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଫାଇନାଲ ଖେଳକୁ କାଳିପୋଇ ସରପଞ୍ଚ ସୁବାଷ ଚନ୍ଦ୍ର ସ୍ୱାଇଁ ଏବଂ ସମାଜ ସେବୀ ଚୌଧୁରୀ ସରୋଜକାନ୍ତ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଳର ଶୁଭାରମ୍ଭ କରିଥିଲେ। ଟସ୍ ଜିତି ରାଇଜିଂଷ୍ଟାର କୁମାରବସ୍ତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଓିକେଟ ହରାଇ ୧୩୮ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଉତ୍ତମ ମହାନ୍ତି ୧୩ବଲ ଖେଳି ୩୬ରନ, ରାକେଶ ପାତ୍ର ୮ଟି ବଲ ଖେଳି ୨୦ରନ ସଂଗ୍ରହ କରିଥିଲେ। ୧୩୯ରନର ବିଜୟ ଲକ୍ଷ ନେଇ ପଡିଆକୁ ଓହ୍ଲାଇ ପିସିସି ଅଟ୍ରୀ ୪ ୱିକେଟ ହରାଇ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲେ। ଦଳ ପକ୍ଷରୁ ପପୁ ଚାନ୍ଦ ୨୫ଟି ବଲ ଖେଳି ୫୦ରନ, ସଂଗ୍ରାମ ମାଝୀ ୧୫ବଲ ଖେଳି ୪୩ରନ ସ୍କୋର କରିଥିଲେ। କୁମାରବସ୍ତ ଦଳ ପକ୍ଷରୁ ଏମ୍‌ଡି ତାରିଫ୍ ୪ ଓଭର ବୋଲିଂ କରି ୨୨ରନ ଦେଇ ୩ଟି ଓିକେଟ ନେଇଥିଲେ। ଆଜିର ଖେଳର ମ୍ୟାନଅଫ୍‌ ଦି ମ୍ୟାଚ୍ ପପୁ ଚାନ୍ଦ୍। ଫାଇନାଲ ମ୍ୟାଚକୁ ଅମ୍ପାୟାର ଶକ୍ତି ସାଗର ଦାସ ଏବଂ ଚିତ୍ତରଞ୍ଜନ ପଣ୍ଡା ପରିଚାଳନା କରିଥିଲେ। ସ୍କୋରର ଭାବରେ ରାକେଶ ସାହୁ ଦାୟିତ୍ୱ ତୁଲାଇଥିଲେ।

 

ଉଦ୍‌ଯାପନୀ ଉତ୍ସବରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜୟୀ ପିସିସି ଅଟ୍ରୀ ଦଳକୁ ଚମ୍ପିଆନ ଟ୍ରଫି ସହ ଆର୍ଥିକ ପୁରସ୍କାର ଓ କୁମାରବସ୍ତକୁ ରନର୍ସଅପ୍ କପ୍ ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ସ୍ଥାନୀୟ ସରପଞ୍ଚ ଉର୍ମିଳା ସାହୁ, ସମିତିସଭ୍ୟା ସୁଲୋଚନା ରଣା, ସମାଜସେବୀ ସୁରଞ୍ଜନ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମ୍ୟାନ ଅଫ୍‌ ଦି ମ୍ୟାଚ, ବେଷ୍ଟ ବ୍ୟାଟସମ୍ୟାନ ଓ ଅନ୍ୟାନ୍ୟ ପୁରସ୍କାର ବଣ୍ଟନ କରିଥିଲେ। ସମ୍ପାଦକ ଡ.ସୁବିତ୍ ପଟ୍ଟନାୟକ କ୍ରୀଡା ବିବରଣୀ ପାଠ କରିବା ସହିତ ମିନି ଷ୍ଟାଡିୟମର ଉନ୍ନତି କରଣ ନିମନ୍ତେ ମୁଖ୍ୟ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉପସଭାପତି ପ୍ରେମାନନ୍ଦ ବେହେରା ସଭା ପରିଚାଳନା କରିଥିଲା ବେଳେ ଦିଶା ସଭାପତି ବିଶ୍ୱନାଥ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସମାଜସେବୀ ପ୍ରଫୁଲ୍ଲ କୁମାର ସାହୁ ବେଷ୍ଟ ବୋଲର ପୁରସସ୍କାର ପ୍ରଦାନ କରିଥିଲା ବେଳେ ପୂର୍ବତନ ସମିତିସଭ୍ୟ ମହେଶ୍ୱର ମହାପାତ୍ର ବେଷ୍ଟ ଅଡିଆନ୍ସ ପୁରସ୍କାର ପ୍ରଦାନ କରିଛନ୍ତି।

Comments are closed.