ବାଙ୍କୀ ଏନ.ଏ.ସି ପକ୍ଷପାତିତା କରୁଥିବା ଅଭିଯୋଗ

0

କଳାପଥର (ବାଙ୍କୀ ) : ବାଙ୍କୀ ବିଜ୍ଞାପିତ ଅଞ୍ଚଳ କ୍ଷେତ୍ର ପରିଷଦ ପରିସର ମଧ୍ୟରେ ଜବର ଦଖଲ ବଢି ଚାଲିଥିବା ବେଳେ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା  ଅଭିଯୋଗ ହୋଇଛି। ଜବର ଦଖଲ ବଢିବା ହେତୁ ଅନେକ ସ୍ଥାନରେ ଡ୍ରେନ୍‍ ଗୁଡିକ ପୋତି ହୋଇଯାଇଥିବା ବେଳେ ଟ୍ରାଫିକ୍‍ ସମସ୍ୟା ମଧ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ଚଳିତମାସ ୭ତାରିଖରେ ଜଣେ କୁକୁଡା ଦୋକାନିଙ୍କ କେବିନ୍ ଉଚ୍ଛେଦକୁ ନେଇ ଏନ.ଏ.ସି କର୍ତ୍ତୁପକ୍ଷ ସାଧାରଣରେ ନିନ୍ଦିତ ହେଉଥିବା ଶୁଣାଯାଉଛି। ଏହି ଅଞ୍ଚଳରେ ଅନେକ ସ୍ଥାନରେ ବେଆଇନ ଭାବେ ଜବର ଦଖଲ ହୋଇ ଦୋକାନ ଘରଗୁଡିକ ଗଢିଉଠିବା ଫଳରେ ଯାତାୟତ ସମସ୍ୟା ସୃଷ୍ଟି ହେବା ସହିତ ଟ୍ରାଫିକ ସମସ୍ୟା ଗୁରୁତର ଭାବେ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। କିନ୍ତୁ ବିଦ୍ୟୁତ୍‍ ଷ୍ଟେସନ ନିକଟରେ ଥିବା ଦୁଇଗୋଟି କ୍ୟବିନକୁ ଯେଉଁ ଭଳି ତରବରିଆ ଭାବେ ଉଚ୍ଛେଦ କରାଗଲା ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ଥାଉକି, ଉକ୍ତ ଦୋକାନିକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଟ୍ରେଡ୍‍ ଲାଇସେନ୍ସ ପ୍ରଦାନ କରିଥିବା ବେଳେ ହୋଲ୍‍ ଡିଙ୍ଗ୍‍ ଟ୍ୟାକ୍ସ ଗ୍ରହଣ କରିଥିଲା। ଯାହାର ସମୟ ଅବଧି ୨୦୧୯ମାର୍ଚ୍ଚ ୩୧ପର୍ଯ୍ୟନ୍ତ ବୈଧ ଥିବା ଉକ୍ତ ଲାଇସେନ୍ସରେ ଉଲ୍ଲେଖ ରହିଛି ଏବଂ ତତ୍କାଳୀନ ନଗରପାଳ ତା୧୧.୦୭.୨୦୧୮ପତ୍ରସଂଖ୍ୟ-୨୫୪୭ରେ ସୁଶାନ୍ତ ବାରିକଙ୍କୁ ଦୋକାନ ଯୋଗୁ କୌଣସି ସମସ୍ୟା ବା ଅଭିଯୋଗ ନଥିବା ଜଣାଇ ଦେଇଥିଲେ। ଗୋଟେପଟେ କର୍ତ୍ତୁପକ୍ଷ ଲାଇସେନ୍ସ ଏବଂ ସମସ୍ୟା ନଥିବା ପ୍ରମାଣ ପତ୍ର ପ୍ରଦାନ କରିଥିବା ବେଳେ କେଉଁ ଚାପରେ ଏହାକୁ ଉଚ୍ଛେଦ କଲେ ତାହାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି। ସୁଶାନ୍ତକୁ ମିଳିଥିବା ଚିଠିରେ ଉଚ୍ଛେଦ ପାଇଁ ପୂର୍ବରୁ ସୂଚନା ଦିଆଯାଇଥିବା ଉଲ୍ଲେଖ ଥିବା ବେଳେ କୌଣସି ସୂଚନା ପୂର୍ବରୁ ପାଇନଥିବା ଦୋକାନି ଜଣଙ୍କ ଅଭିଯୋଗ କରିଛନ୍ତି।

 

Leave A Reply