ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

0

କଟକ : ଶୁକ୍ରବାର ଦିନ ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ ଡାକରା ଦିଆଯାଇଛି। ସଂଶୋଧିତ ହାରରେ ବେତନ ପ୍ରଦାନ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମିଶ୍ରଣକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ସର୍ବଭାରତୀୟ ବ୍ୟାଙ୍କ ଅଫିସର ମହାସଂଘ ପକ୍ଷରୁ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଆଜି ବ୍ୟାଙ୍କ ଧର୍ମଘଟ ରହିଥିବା ବେଳେ ଆସନ୍ତାକାଲି ମାସର ଚତୁର୍ଥ ଶନିବାର ହୋଇଥିବାରୁ ବ୍ୟାଙ୍କ ବନ୍ଦ ରହିବ। ରବିବାର ଦିନ ସ୍ବାଭାବିକ ଭାବେ ବ୍ୟାଙ୍କ ବନ୍ଦ ମଧ୍ୟ ରହିବ। ୨୪ ତାରିଖ ସୋମବାର ହୋଇଥିବାରୁ ବ୍ୟାଙ୍କ ଖୋଲା ରହିବ। ପୁଣି ୨୫ ତାରିଖ ବଡଦିନ ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ। ୨୬ ତାରିଖ ଦିନ ପୁଣି ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ (ୟୁଏଫବିୟୁ) ଅଧୀନ ୯ଟି ପ୍ରମୁଖ ବ୍ୟାଙ୍କ ୟୁନିୟନ ଧର୍ମଘଟ କରିବେ।

ବିଭିନ୍ନ ସ୍ଥାନରେ ବ୍ୟାଙ୍କ କର୍ମଚାରୀମାନେ ବ୍ୟାଙ୍କ ସମ୍ମୁଖରେ ପିକେଟିଂ କରୁଥିବା ଦେଖାଯାଇଛି। ଟଙ୍କା ଦେଣନେଣରେ ଅସୁବିଧା ହେବେ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଥିବା ବେଳେ ଲୋକଙ୍କ ସୁବିଧା ପାଇଁ ଏଟିଏମରେ ଟଙ୍କା ଭର୍ତ୍ତି କରାଯାଇଛି ବୋଲି ବ୍ୟାଙ୍କ କର୍ମଚାରୀ କହିଛନ୍ତି।

Leave A Reply