ଆଜି ବ୍ୟାଙ୍କ ଧର୍ମଘଟ

0

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫିସର ସଂଘ ପକ୍ଷରୁ ଶୁକ୍ରବାର ଡିସେମ୍ବର ୨୧ରେ ଧର୍ମଘଟ ଡାକରା ଦିଆଯାଇଛି। ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ (ଏଆଇବିଓସି) ପକ୍ଷରୁ ଦିଆଯାଇଥିବା ଏହି ଧର୍ମଘଟ ଯୋଗୁଁ ଶୁକ୍ରବାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ବନ୍ଦ ରହିବା ଆଶଙ୍କା ରହିଛି। ସଂଶୋଧିତ ହାରରେ ବେତନ ପ୍ରଦାନ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମିଶ୍ରଣକୁ ବିରୋଧ କରି ଏଆଇବିଓସି ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ଅଧିକାଂଶ ବ୍ୟାଙ୍କ ଏହି ଧର୍ମଘଟ ଓ ଏହାର ପ୍ରଭାବ ବାବଦରେ ସେମାନଙ୍କ ଗ୍ରାହକମାନଙ୍କୁ ଅବଗତ କରାଇନାହାନ୍ତି। ଅନ୍ୟପଟେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ (ୟୁଏଫବିୟୁ) ଅଧୀନ ୯ଟି ପ୍ରମୁଖ ବ୍ୟାଙ୍କ ୟୁନିୟନ ଡିସେମ୍ବର ୨୬ରେ ଧର୍ମଘଟ କରିବେ।

Leave A Reply