୨୦୨୦ ମାର୍ଚ୍ଚ ସୁଦ୍ଧା କମିବ ବ୍ୟାଙ୍କ ଏନ୍‌ପିଏ

ନୂଆଦିଲ୍ଲୀ : ତ୍ବରିତ ଋଣ ଅସୁଲି ଏବଂ ଅନାଦାୟ ଋଣ କମିବା ଫଳରେ ୨୦୨୦ ମାର୍ଚ ସୁଦ୍ଧା ଦେଶର ବ୍ୟାଙ୍କଗୁଡିକର ଅଣକାର୍ଯ୍ୟକାରୀ ସମ୍ପତ୍ତି (ଏନ୍‌ପିଏ)ରେ ପାଖାପାଖି ୮% ହ୍ରାସ ଘଟିବ। ୨୦୧୮ ମାର୍ଚରେ ଦେଶର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ଏନ୍‌ପିଏ ପରିମାଣ ୧୧.୫%ରେ ପହଞ୍ଚିଛି। ତେବେ ଚଳିତବର୍ଷ ଏପ୍ରିଲରେ ଏହା ୯.୩%କୁ ହ୍ରାସ ଘଟିଛି । ଚଳିତ ଆର୍ଥିକବର୍ଷରେ ବ୍ୟାଙ୍କଗୁଡିକର ସମ୍ପତ୍ତିର ମାନ ନିର୍ଣ୍ଣାୟକ ସ୍ତରକୁ ଆସି ସର୍ବମୋଟ ଏନ୍‌ପିଏ ୨ବର୍ଷ ମଧ୍ୟରେ ୩୫୦ ବେସିସ୍‌ ପଏଣ୍ଟକୁ ହ୍ରାସ ଘଟି ୨୦୨୦ ମାର୍ଚ ସୁଦ୍ଧା ୮%କୁ କମି ଆସିବ ​ବୋଲି କ୍ରିସିଲ୍‌ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଦେଶର ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ରହିଥିବା ​ମୋଟ ଏନ୍‌ପିଏର ୮୦%ରୁ ଅଧିକ କେବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ରହିଛି।

Comments are closed.