ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳିମାଡ ଘଟଣା ; ରାସ୍ତା ଅବରୋଧ

0

ଟିଟିଲାଗଡ : ଟିଟିଲାଗଡ ଥାନା ବିଜେପୁରରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି ମାଡ ଘଟଣାରେ ଅଭିଯୁକ୍ତକୁ ଗିରଫ ଦାବିରେ ଗ୍ରାମବାସୀମା​‌ନେ ରାସ୍ତା ଅବରୋଧ କରିଛନ୍ତି। ଶନିବାର ଦିନ ଗ୍ରାମବାସୀମାନେ ବିଜେପୁର ଠାରେ ୫୯ନମ୍ବର ଜାତୀୟ ରାଜପଥ ରାୟପୁର-ବ୍ରହ୍ମପୁର ରାସ୍ତାକୁ ଅବରୋଧ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଅପରାହ୍ନରେ ବିଜେପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଦୁର୍ବୃତ୍ତମାନେ ଲୁଟ ଉଦ୍ୟମ କରିଥିଲେ। ଏହାସହ ବ୍ୟାଙ୍କ ଭିତରେ ମ୍ୟାନେଜରଙ୍କୁ ଗୁଳିମାଡ କରିଥିଲେ। ମ୍ୟାନେଜରଙ୍କ ଜଙ୍ଘରେ ଦୁଇଟି ଗୁଳି ବାଜିଥିବା ବେଳେ ପେଟରେ ଗୋଟିଏ ଗୁଳି ବାଜିଥିଲା। ଦୁର୍ବୃତ୍ତମା​‌ନେ ଗୁଳିମାଡ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।  

Leave A Reply