ବ୍ୟାଙ୍କରୁ ଲୁଟ୍‍ ଉଦ୍ୟମ

0

କେନ୍ଦୁଝର : କେନ୍ଦୁଝର ଜିଲା ବଡ଼ବିଲ୍‍ ସ୍ଥିତ ଆହ୍ଲାବାଦ ବ୍ୟାଙ୍କରୁ ଶୁକ୍ରବାର ଦୁର୍ବୃତ୍ତମାନେ ଲୁଟ୍‍ ଉଦ୍ୟମ କରିଥିବା ବେଳେ ଏଥିରେ ବିଫଳ ହୋଇଛନ୍ତି। ସୂଚନା ଅନୁସାରେ, ଆଜି ସକାଳ ୧୦ଟା ୩୦ ସମୟରେ ହଠାତ୍‍ ୪ଜଣ ଦୁର୍ବୃତ୍ତ ବ୍ୟାଙ୍କ ମଧ୍ୟକୁ ପ୍ରବେଶ କରି କୋଷାଧ୍ୟକ୍ଷଙ୍କୁ ବନ୍ଧୁକରେ ଆକ୍ରମଣ କରିଥିଲେ। ଏହାଦ୍ୱାରା କୋଷାଧ୍ୟକ୍ଷ ଆହତ ହୋଇଥିବା ଜଣାପଡ଼ିଛି। ବ୍ୟାଙ୍କ ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଗ୍ରାହକମାନେ ବ୍ୟାଙ୍କରେ ପହଞ୍ଚିଥିଲେ। ସେମାନଙ୍କୁ ଦେଖି ଦୁର୍ବୃତ୍ତମାନେ ଖସି ପଳାଇ ଯାଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply