ବ୍ୟାଙ୍କ୍‍ ଠକେଇ ମାମଲାରେ ୯୨କୋଟି ଟଙ୍କାର ସମ୍ପତ୍ତି ଅଚଳ କଲା ଇଡି

0

ନୂଆଦିଲ୍ଲୀ: ଏକ ବ୍ୟାଙ୍କ୍‍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏସ୍‍ପିଏସ୍‍ ଷ୍ଟିଲ୍‍ ରୋଲିଂ ମିଲ୍ସ ଲିମିଟେଡ୍‍ କମ୍ପାନୀ ଓ ଅନ୍ୟମାନଙ୍କର ୯୨କୋଟି ଟଙ୍କାର ସମ୍ପତ୍ତି ଅଚଳ କରିଛି। ଅଚଳ ହୋଇଥିବା ସମ୍ପତ୍ତିଗୁଡ଼ିକ ମଧ୍ୟରେ ଏକ ପଞ୍ଚତାରକା ହୋଟେଲ, ତିନୋଟି ବିଳାସମୟ ଆପାର୍ଟମେଣ୍ଟ, କାର୍ଯ୍ୟାଳୟ ଓ ଦଶମିକ୍‍ ୩/୩ ଏକ ଜମି ଅନ୍ତର୍ଭୁକ୍ତ।

କଳାଧନ ନିବାରଣ ଆଇନ୍‍ ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂର୍ବରୁ ଇଡ଼ି ସି.ବି.ଆଇ.ର ଏଫ୍‍.ଆଇ.ଆର୍‍.କୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା। ସେହି କମ୍ପାନୀର ମାଲିକ ଏବଂ ଅନ୍ୟମାନେ କୋଲକାତାର ଆହ୍ଲାବାଦ୍‍ ବ୍ୟାଙ୍କ୍‍ ସମେତ ଅନ୍ୟ ୮ଟି ବ୍ୟାଙ୍କ୍‍ରୁ ୫୫୦ କୋଟି ଟଙ୍କା ଜାଲିଆତି କରି ନେଇଥିଲେ।

Leave A Reply