ସର୍ବନିମ୍ନ ଜମାରାଶି ନ ଥିବାରୁ ବ୍ୟାଙ୍କମାନେ ଆଦାୟ କରିଛନ୍ତି ୫ହଜାର କୋଟି ଟଙ୍କା ଜରିମାନା

0

ନୂଆଦିଲ୍ଲୀ: ବିଭିନ୍ନ ବ୍ୟାଙ୍କ ସେମାନଙ୍କର ଗ୍ରାହକମାନଙ୍କର ଜମାଖାତାରେ ସର୍ବନିମ୍ନ ଜମାରାଶି ନ ଥିବାରୁ ୫ ହଜାର କୋଟି ଟଙ୍କା ଜରିମାନା ଆଦାୟ କରିଛନ୍ତି । ଏମାନଙ୍କ ମଧ୍ୟରେ ତିନୋଟି ବେସରକାରୀ ବ୍ୟାଙ୍କ ଓ ୨୧ ଟି  ପବ୍ଲିକ ସେକ୍ଟର ବ୍ୟାଙ୍କ ଅଛନ୍ତି । ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ବ୍ୟାଙ୍କମାନେ ଏତେ ପରିମାଣର ଜରିମାନା ଅର୍ଥ ଆଦାୟ କରିଥିବା ଖବର ପ୍ରକାଶିତ ହୋଇଛି  ।  ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଏସ୍‌ବିଆଏ ସର୍ବାଧିକ ଜରିମାନା ଆଦାୟ କରିଛି ।

ଏସ୍‌ବିଆଇ ପ୍ରାୟ ୨ ହଜାର ୪୩୩  କୋଟି ଟଙ୍କା ଜରିମାନା ଆଦାୟ କରିଛି । ବେସରକାରୀ ବ୍ୟାଙ୍କମାନଙ୍କ ମଧ୍ୟରେ ଏଚ୍‌ଡିଏଫ୍‌ସି ସର୍ବାଧିକ ୫୯୦ କୋଟି ଟଙ୍କା ଆଦାୟ କରିଛି । ଆକ୍ସିସ ଓ ଆଇସିଆଇସି ମଧ୍ୟ ଜରିମାନା ଆଦୟ କରିଛନ୍ତି ।

ମେଟ୍ରୋ ଓ ସହରରେ  ଥିବା ଏସ୍‌ବିଆଇ ଶାଖାମାନଙ୍କରେ ଆକାଉଣ୍ଟରେ   ମାସିକ ହାରାହାରି ଜମା ୩ ହଜାର ଟଙ୍କା ରଖିବାକୁ ହେବ । ନହେଲେ ଏସ୍‌ବିଆଇ ଏହି ଆକାଉଣ୍ଟମାନଙ୍କୁ ଜରିମାନା ଆଦାୟ କରୁଛି ।

Leave A Reply