ୟେସ୍‌ ବ୍ୟାଙ୍କର ଅଧିକାରୀ ବୟସ୍କ ଦମ୍ପତିଙ୍କ ଆକାଉଣ୍ଟରୁ ୧.୫ କୋଟି ଟଙ୍କା ଠକି ନେଇଯାଇଥିବା ଅଭିଯୋଗ

0

ନୂଆଦିଲ୍ଲୀ . – ବୃଦ୍ଧ ଦମ୍ପତିଙ୍କ ଆକାଉଣ୍ଟରୁ ଜଣେ ବ୍ୟାଙ୍କ ଅଧିକାରୀ ଚଞ୍ଚକତା କରି ଦେଢ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ୟେସ୍‌ ବ୍ୟଙ୍କରେ ସମ୍ପର୍କ ପ୍ରବନ୍ଧକ ଭାବେ କାମ କରୁଥିବା  ଅଧିକାରୀ ଜଣଙ୍କ  ଜଣେ ବୃଦ୍ଧ ଲୋକ ଏବଂ ତାଙ୍କ ପତ୍ନୀଙଙ୍କ ଆକାଉଣ୍ଟରୁ ଟଙ୍କା ଚେକ୍‌ ଓ ଏଟିଏମ୍‌ରୁ ଉଠାଣ  କରିଥିଲେ । ସଞ୍ଜୀବ ତିର୍ଖା ନାମକ ଏହି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସେ ବିଭିନ୍ନ ଜାଲ୍‌ ଦସ୍ତଖତ ଓ ନକଲି ଦସ୍ତାବେଜ୍‌କୁ ବ୍ୟବହାର କରି ଏକ ନକଲି ଆକାଉଣ୍ଟ ଖୋଲିଥିଲେ ।

ସେ ଚଞ୍ଚକତା କରି ଦେଢ କୋଟି  ଟଙ୍କା ଉଠାଇବାପରେ ପୁଲିସରେ ଏ ନେଇ ଅଭିଯୋଗ ହୋଇଥିଲା । ପୁଲିସ ଘଟଣାର ତଦନ୍ତ କରିବା ସହ ବିଭନ୍ନ ଏଟିଏମ୍‌ରେ ଥିବା ସିସିଟିଭିର ଭିଜୁଆଲ୍‌କୁ ଯାଞ୍ଚ କରିଥିଲା । ଏହାପରେ ପୁଲିସ ତିର୍ଖାଙ୍କୁ ଗିରଫକରିଛି । ତିର୍ଖା ଟଙ୍କା ନେଇ ବିଭିନ୍ନ ଜୀବନ ବୀମାରେ ବିନଯୋଗ କରିଥିବା ଜଣା ପଡିଛି ।

Leave A Reply