୧୫ରୁ ୨ ଦିନିଆ ଧର୍ମଘଟ, ଲଗାତାର ୪ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ସର୍ବଭାରତୀୟ ବ୍ୟାଙ୍କ ସଂଗଠନ ପକ୍ଷରୁ ୨ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ମାର୍ଚ୍ଚ ୧୫ ଓ ୧୬ ତାରିଖ ଦୁଇଦିନ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ହେବ। ଧର୍ମଘଟରେ ରାଜ୍ୟର ୫୫୦୦ ବ୍ୟାଙ୍କର ୩୦ ହଜାର କର୍ମଚାରୀ ସାମିଲ ହେବେ। ଏନେଇ ଏଆଇବିଓସି ଓଡ଼ିଶା ଶାଖା ସଭାପତି ଦାମୋଦର ନନ୍ଦ ସୂଚନା ଦେଇଛନ୍ତି; କିନ୍ତୁ ବଡ଼ ସମସ୍ୟା ହେଉଛି ଏହି ଦୁଇଦିନ  ଧର୍ମଘଟ ଯୋଗୁଁ ଲଗାତାର ୪ ଦିନ ଧରି ବ୍ୟାଙ୍କ ଗୁଡିକ ବନ୍ଦ ରହିବ। କାରଣ ମାର୍ଚ୍ଚ ୧୫ (ସୋମବାର) ଓ ୧୬ (ମଙ୍ଗଳବାର) ଧର୍ମଘଟ ପାଇଁ ବନ୍ଦ ରହିବାକୁ ଥିବାବେଳେ ପୂର୍ବରୁ ୧୩ ତାରିଖ (ଦ୍ବିତୀୟ ଶନିବାର) ଓ ୧୪ ତାରିଖ (ରବିବାର) ଯୋଗୁଁ ସ୍ବାଭାବିକ ଭାବେ ଛୁଟି ଯୋଗୁଁ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ଫଳରେ ଶନିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ମୋଟ ୪ ଦିନ ଲଗାତର ବ୍ୟାଙ୍କ ବନ୍ଦ ରହିବ।

Comments are closed.