୪ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର : ଚଳିତମାସ ୩୧ରୁ ଆରମ୍ଭ ହେଉଛି ବ୍ୟାଙ୍କ ଧର୍ମଘଟ। ବିଶେଷ କରି ବେତନ ସଂଶୋଧନ ଦାବି ନେଇ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀମାନେ ୟୁନାଇଟେଡ୍‌ ଫୋରମ୍‌ ଅଫ୍ ବ୍ୟାଙ୍କ ୟୁନିଅନ୍ସ (ୟୁଏଫ୍‌ବିୟୁ) ଡାକରାରେ ଏହି ଧର୍ମଘଟରେ ସାମିଲ ହେ‌େ​‌ବ। ତେବେ ଖାଲି ବ୍ୟାଙ୍କ ଧର୍ମଘଟ କାହିଁକି ଚଳିତ ସପ୍ତାହରେ ବିଭିନ୍ନ କାରଣ ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୪ ଦିନ ବନ୍ଦ ରହିବ। ଆସନ୍ତା ଗୁରୁବାର ଅର୍ଥାତ୍‌ ଚଳିତମାସର ୩୦ରେ ସରସ୍ବତୀ ପୂଜା ପାଇଁ ବ୍ୟାଙ୍କ ଛୁଟି ରହିବ। ତେବେ ଚଳିତମାସ ୩୧ ଶୁକ୍ରବାର ଏବଂ ଫେବୃଆରୀ ପହିଲା ଶନିବାର ଧର୍ମଘଟ ପାଇଁ ବ୍ୟାଙ୍କ ଦୁଇ ଦିନ ଧରି ବନ୍ଦ ​ହେବ। ଏହାପରେ ଫେବୃଆରୀ ଦୁଇ ତାରିଖରେ ରବିବାର ପଡୁଥିବା ଦୃଷ୍ଟିରୁ ବ୍ୟାଙ୍କ ସାଧାରଣ ଭାବେ ଏହି ଦିନ ବନ୍ଦ ରହିବ। ଏସବୁକୁ ମିଶାଇଲେ ଚଳିତ ସପ୍ତାହରେ ବ୍ୟାଙ୍କ କାରବାର ଗୁରୁବାରଠାରୁ ରବିବାର ଯାଏ କ୍ରମାଗତ ଭାବେ ୪ ଦିନ ଧରି ବନ୍ଦ ରହିବ। ତେଣୁ ଆସନ୍ତାକାଲି ଅର୍ଥାତ୍‌ କେବଳ ବୁଧବାର ହିଁ ଚଳିତ ସପ୍ତାହ ପାଇଁ ଶେଷ ବ୍ୟାଙ୍କ କାରବାର ଦିବସ ରହିପାରେ।

Comments are closed.