ବ୍ୟାଙ୍କ ଓ ଏଟିଏମ୍‍ ଡକାୟତି ଘଟଣାରେ ୧୬ ଗିରଫ

0

ରାୟଗଡା: ଟିକିରି ଥାନା ପୁଲିସ ବ୍ୟାଙ୍କ ଓ ଏଟିଏମ୍‍ ଡକାୟତି ଘଟଣାରେ ୧୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ସୂଚନା ମିଳିଛି। ଅଭିଯୁକ୍ତଙ୍କ ଠାରୁ ମୋଟ ୭ଟି ମୋଟର ସାଇକେଲ, ଗୋଟିଏ ପିସ୍ତଲ, ୪ଟି ଛୁରୀ, ୯ଟି ମୋବାଇଲ ଫୋନ ସମେତ ଗୋଟିଏ ବୋଲେରୋ ଜବତ ହୋଇଛି। ଏହା ସହ ସେମାନଙ୍କ ଠାରୁ ୨୦ଗ୍ରାମ ସୁନା ମଧ୍ୟ ଜବତ ହୋଇଛି। ଅଭିଯୁକ୍ତମାନେ ବିଭିନ୍ନ ସମୟରେ ଛୁରୀ ଦେଖାଇ ଲୋକଙ୍କ ଠାରୁ ସୁନାଗହଣା ଲୁଟ କରିଥିବାର ଅଭିଯୋଗ ମଧ୍ୟ ରହିଛି।
ଗିରଫ ଅଭିଯୁକ୍ତମାନେ ହେଲେ ରାୟଗଡା ସାଇପ୍ରିୟା ନଗରର ପିଲା ଲୋକେଶ (୨୪), ଚାନ୍ଦିଲି ଥାନା ନିକଟର ଶରତ ଗରଡିଆ (୨୫), ମୁନିଗୁଡା ଥାନା ନିକଟ ହୁକୁମତୋଳାର ଦିନେଶ କେଡିଆ (୩୫), କୋରାପୁଟ ବନ୍ଧୁଗାଁର ଲକ୍ଷ୍ମୀକାନ୍ତ କନ୍ଧ (୨୦), ରାୟଗଡା ଦୁନ୍ଦୁଲି ଗ୍ରାମର ମୁର୍ତ୍ତି ମିନିକା (୩୪), ରାୟଗଡା ରେବତିଗୁଡାର ସୁଶାନ୍ତ କନ୍ଧପାଣି (୨୫), ରାୟଗଡା ନିମାଝୋଳର ଲୋକନାଥ କାରକାରିଆ (୨୪), ରାୟଗଡାର ବାବୁରାଓ କନ୍ଧପାଣି (୨୪), ଦୁଦୁଳାବହାଳର ସନ୍ତୋଷ ରାୟ (୨୪), ଚାନ୍ଦିଲି ଥାନା ଅନ୍ତର୍ଗତ ଭଟିପଦାର ରାଜ କୁମାର ବାଗ (୩୨), ହଳଦିପଡାର ସଞ୍ଜିତ ହିଅଲ (୨୦), କୋରାପୁଟ ଦୁମେରୁମୁଡାର ଶ୍ରୀପତି ରାଣା (୨୮), ଆମ୍ବୋଳ ବଡସାହିର ପ୍ରେମାନନ୍ଦ ଖରଖରିଆ (୩୦), ଖରଯୋଡାର ଅଙ୍ଗଦ ମହାନନ୍ଦିଆ (୩୨), ଟିକିରି ଥାନା ଅନ୍ତର୍ଗତ ଟୋଟାଗୁଡାର ସିମାଞ୍ଚଳ ମାଝି (୩୫)।

Leave A Reply