ବ୍ୟାଙ୍କ ବନ୍ଦର ପ୍ରଭାବ, ବଡଦିନ ପାଇଁ ଲୋକେ ହଇରାଣ

0

କୋଟଗଡ: କନ୍ଧମାଳ ଜିଲା କୋଟଗଡରେ ବ୍ୟାଙ୍କ ବନ୍ଦ, ସେପଟେ ଡାକ କର୍ମଚାରୀଙ୍କ ଧର୍ମଘଟ ରହିଥିବା ଯୋଗୁଁ,ଏହାର ସିଧା ପ୍ରଭାବ ଦୈନନ୍ଦିନ ବଜାର ଉପରେ ପଡିଛି । ଆଉ ମାତ୍ର ବଡ ଦିନକୁ ଦୁଇ ଦିନ ବାକି ଥିବା ବେଳେ ଲୋକଙ୍କ ଦୁର୍ଦଶା କହିଲି ନ ସରେ । କେନ୍ଦ୍ର  ସରକାରଙ୍କ ବିମୁଦ୍ରିକରଣ ଲାଗୁ ଦିନ ଠାରୁ ଗରିବ, ନିରିହ, ଖଟିଖିଆ ଲୋକମାନେ ବ୍ୟାଙ୍କ ସାହାରା ନେଇଛନ୍ତି । ହେଲେ କୋଟଗଡ ବ୍ଲକରେ ଭାରତୀୟ ଷ୍ଟଟ୍ ବ୍ୟାଙ୍କର ଗୋଟିଏ ଶାଖା ଯୋଗୁଁ  ଲୋକେ କୋଟଗଡ ଅଂଚଳର ପଚାସ କି.ମି. ଦୂର ଦୂରାନ୍ତରୁ ଏହି ବ୍ୟାଙ୍କ ଉପରେ ନିର୍ଭରଶୀଳ ହୋଇଥାନ୍ତି । କିନ୍ତୁ ଏଥିପ୍ରତି କୌଣସି ବ୍ୟାଙ୍କ କର୍ତ୍ତୃପକ୍ଷ କର୍ଣ୍ଣପାତ ନକରି ଲିଙ୍କ ନଥିବାର ବାହାନା ଏବଂ ଏଟିଏମରେ ପର୍ୟ୍ୟାପ୍ତ ଟଙ୍କା ନରଖି ଲୋକଙ୍କ ଅଭିଯୋଗକୁ ଏଡାଇ ଚାଲିଛନ୍ତି ।  ଫଳରେ ଲୋକେ ନିଜର ବ୍ୟାଙ୍କ ଖାତାରେ ଜମା କରିଥିବା ଟଙ୍କାକୁ ନପାଇ ହତାସରେ ଘରକୁ ଫେରୁଛନ୍ତି ।

Leave A Reply