ବ୍ୟାଙ୍କ କର୍ମଚାରୀ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ

0

ବ୍ରହ୍ମପୁର:  ଏକ ଘରୋଇ ବ୍ୟାଙ୍କ କର୍ମଚାରୀ ବିଷ୍ଣୁ ପ୍ରସାଦ ଗୌଡ଼ଙ୍କ ନିଖୋଜ ଘଟଣା ଏବେ ତାଙ୍କ ପରିବାର ବର୍ଗଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏନେଇ ପରିବାର ବର୍ଗ ବୈଦ୍ୟନାଥପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ବର୍ତ୍ତମାନ କିଛି ସୁରାକ୍ ପାଇ ପାରିନାହିଁ ।  ଏହି ଘଟଣାରେ ବିଷ୍ଣୁ ପ୍ରସାଦ ଗୌଡ଼ଙ୍କ ପତ୍ନୀ ନର୍ମଦା ଗୌଡ଼ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛନ୍ତି ।  ସେ ଜଣେ ଡ଼ାକ୍ତର ଏବଂ ଜଣେ ନର୍ସଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ତାଙ୍କ ସ୍ୱାମୀ ନିଖୋଜ ନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଘଟଣା ପ୍ରକାରେ ବିଷ୍ଣୁଙ୍କ ଘର ଖଲିକୋଟ ଥାନା ଅନ୍ତର୍ଗତ ବାଣିଆ ଗ୍ରାମରେ । ସେ ବ୍ରହ୍ମପୁର ସହରରେ ଆସି ଏକ କ୍ଲିନିକ୍ ନିକଟରେ ମେଡ଼ିସିନ୍ ଦୋକାନ କରି ରହୁଥିଲେ । ପରେ ସେ  ବ୍ୟବସାୟ ଛାଡ଼ି ଏକ ଘରୋଇ ବ୍ୟାଙ୍କରେ କଲେକ୍ସନ୍ ଏଜେଂଟ୍ ଭାବେ କାର୍ୟ୍ୟ କରୁଥିଲେ । ଆଜି ଏନେଇ ତାଙ୍କ ସ୍ତ୍ରୀ ଓ ପରିବାର ବର୍ଗ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କୁ ଭେଟି ପୁରା ଘଟଣା ସଂପର୍କରେ ଜଣାଇଛନ୍ତି ।

Leave A Reply