ସ୍କର୍ପିଓ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ : ଜଣେ ଗିରଫ,  ଚାଳକ ଫେରାର

ବିନିକା : ସୋନପୁର ଜିଲା ବିନିକା ପୁଲିସ ଥାନା ସମ୍ମୁଖରେ ଦୃତ ଗତିରେ ଯାଉଥିବା ଏକ ସ୍କର୍ପିଓ ଗାଡ଼ିରୁ ନଗଦ ୧ଲକ୍ଷ ୫୭ ହଜାର ୫୪୦ ଟଙ୍କା ଜବତ କରାଯାଇଛି। ଗାଡ଼ିରେ ଥିବା ଜଣକୁ ଗିରଫ କରିଥିବା ବେଳେ ଚାଳକ ଫେରାର ହୋଇଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ,  ଉକ୍ତ ଗାଡ଼ିରେ ବେଆଇନ ଭାବରେ ବିପୁଳ ଟଙ୍କା ନେଇ ବିନିକା- ସୋନପୁର ରାସ୍ତାରେ ଦେଇ ଯାଉଥିବା ବିସ୍ବସ୍ତ ସୂତ୍ରରୁ ପୁଲିସ ଖବର ପାଇଥିଲା ।  ତେବେ ଏ ସମ୍ପର୍କରେ ବିନିକା ଥାନା ଅଧିକାରୀ କୁଶ ପାଣିଗ୍ରାହୀଙ୍କ ସହ ପୁଲିସର ଏକ ଟିମ୍ ସହରର ମୁଖ୍ୟ ପ୍ରବେଶ ପଥ ସିଦ୍ଧାର୍ଥ କଲେଜ ଟ୍ରାଫିକ ଛକ ଠାରେ ଛପି ରହିଥିଲା ।  ସ୍କର୍ପିଓ ଗାଡ଼ି ସେଠାରୁ ସହର ଭିତରକୁ ପ୍ରବେଶ କରିବା ମାତ୍ରେ ଦୃତ ଗତିରେ ଯାଉଥିବା ବେଳେ ବିନିକା ପୁଲିସ ଟିମ୍ ଥାନା ସମ୍ମୁଖରେ ଗାଡ଼ିକୁ ଅଟକାଇ ବାରେ ସଫଳ ହୋଇଛଥିଲା। ହେଲେ ଚାଳକ ଜଣକ ଅତି ଚତୁରତାର ସହ ସେଠାରୁ ଫେରାର ହୋଇଯାଇଛି। ଗାଡ଼ିରେ ପରେ ଥିବା ତା’ର ଅନ୍ୟ ଜଣେ ସହଯୋଗୀ ଓ ଗାଡ଼ିକୁ ପୁଲିସ ଥାନାକୁ ଆଣିଥିଲା। ବିନିକା ଭାରପ୍ରାପ୍ତ ତହସିଲଦାର ତଥା ଏକଜ୍ୟୁକିଟିଭ୍ ମାଜିଷ୍ଟ୍ରେଟ ତିରିପୁର ମହାନନ୍ଦଙ୍କ ଉପସ୍ଥିତିରେ ବୁଧବାର ଗାଡ଼ି ଭିତରୁ ନଗଦ ୧ଲକ୍ଷ ୫୭ ହଜାର ୫୪୦ ଟଙ୍କା ଜବତ କରାଯାଇଥିଲା ।  ତେବେ ଜବତ ହୋଇଥବା ଟଙ୍କା କୁଆଡେ ଗାଡ଼ିରେ ଯାଉଥିଲା ସେ ନେଇ କାରଣ ଅସ୍ବଷ୍ଟ ରହିଛି।  ଗିରଫ ବ୍ୟକ୍ତି ଜଣକ ଛତିଶଗଡ଼ ରାଜ୍ୟର ବୋଲି ବିନିକା ଥାନା ଅଧିକାରୀ କୁଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Comments are closed.