ବିନିକା ସମଲେଶ୍ୱରୀ ଆଞ୍ଚଳିକ ଦୁଗ୍‍ଧ ଶିତଳୀକରଣ କେନ୍ଦ୍ରରେ ବୋର୍ଡ ବୈଠକ

ବିନିକା : ସୁବର୍ଣ୍ଣପୁର ଜିଲା ବିନିକା ସ୍ଥିତ ସମଲେଶ୍ୱରୀ ଆଞ୍ଚଳିକ ଦୁଗ୍‍ଧ ଶୀତଳିକରଣ କେନ୍ଦ୍ର କାର୍ଯ୍ୟାଳୟରେ ସୋମବାର ବରିଷ୍ଠ ଅଧିକାରୀଙ୍କ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଶତୃଘ୍ନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୁଗ୍‍ଧ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବ୍ୟାପକ ଆଲୋଚନା ହୋଇଥିଲା। ଏହି ପରିପ୍ରେକ୍ଷୀରେ ସମଲେଶ୍ୱରୀ ଦୁଗ୍‍ଧ ସମବାୟ ଅଧିନସ୍ତ କର୍ମଚାରୀ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ତେବେ ଦୁଗ୍‍ଧ ଚାଷୀଙ୍କ ଦାବି କ୍ରମେ ଅବସ୍ଥାପିତ ଥିବା ଜେନେରାଲ ମେନେଜର କେ. ନାରୟଣ ମୂର୍ତ୍ତୀଙ୍କୁ ବରଖାସ୍ତ କରି ନୂତନ ଭାବରେ ନଗେନ୍ଦ୍ର ଚନ୍ଦ୍ର ମିଶ୍ରଙ୍କୁ ଜେନେରାଲ ମେନେଜର ରଖାଯାଇଛି । ଅନୁଷ୍ଠିତ ବୈଠକରେ ଦୁଗ୍‍ଧ ଚାଷୀଙ୍କ ସମସ୍ୟା ନେଇ ଆଲୋଚନା ବେଳେ ବୋର୍ଡ ପକ୍ଷରୁ ଦର ଧାର୍ଯ୍ୟ କରାଯାଇଛି। ୪ଟଙ୍କା ରୁ ୨ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରି ମୋଟ ୬ଟଙ୍କା ଦର ବଢ଼ାଯାଇଥିବା ସୂଚନା ଦିଆଯାଇଛି। ଏହା ସହିତ କ୍ଷତି ଭରଣା ପାଇଁ ଆଲୋଚନା ହୋଇଥିବା ବେଳେ ପର୍ଯ୍ୟବେକ୍ଷକ ପାଇଁ ଅଧିକ ସଂଖ୍ୟକ କର୍ମଚାରୀ ବଢ଼ାଯାଇଥିବା ବୈଠକରେ ମତ ପ୍ରକାଶ ପାଇଥିଲା।

ଏହି ବୈଠକରେ ସମଲେଶ୍ୱରୀ ଆଞ୍ଚଳିକ ଦୁଗ୍‍ଧ ସମବାୟ ସମିତିର ସାଧାରଣ ପରିଚାଳକ ଭାବେ ନୂଆଁ ଦାୟିତ୍ୱ ନେଇଥିବା ନଗେନ୍ଦ୍ର ଚରଣ ମିଶ୍ର, ପ୍ଲାଣ୍ଟ ମେନେଜର ଭକ୍ତ ବତ୍ସଳ ଜେନାଙ୍କ ସମେତ ଧନପତି ମେହେର, ନନ୍ଦକିଶୋର ମିର୍ଦ୍ଧା, ରାଧା ପଟେଲ, ଡୁଲେଶ୍ୱରୀ ସାହୁ, ପଦ୍ମାବତୀ ପଟେଲ, ଜୟଦେବ ପଧାନ, ଯୋଗେନ୍ଦ୍ର ଥପା, ମନୋରଞ୍ଜନ ପଧାନ, ଶତୃଘନ ସାହୁ ପ୍ରମୁଖ ଉପସ୍ଥିତଥିଲେ।

ଅନ୍ୟପକ୍ଷରେ  ବିନିକା ସ୍ଥିତ ଏହି ଦୁଗ୍‍ଧ ଶିତଳୀକରଣ କେନ୍ଦ୍ରରେ ହୋଇଥିବା ଅଧିକାରୀଙ୍କ ସମୂହ ବୈଠକରେ ଦେଖାଦେଇଥିବା ବିଶୃଙ୍ଖଳିତ ଆଚରଣକୁ ଦୃଷ୍ଟିରେ ରଖି ଆଜିର ବୈଠକରେ ପୁଲିସର ବରିଷ୍ଠ ଅଧିକାରୀଙ୍କ ସମେତ ଏହି କେନ୍ଦ୍ର ଚାରିପଟେ ବ୍ୟାପକ ଫୋର୍ସ ମୃତୟନ କରାଯାଇଥିଲା। ଏହା ସହିତ ମାଜିଷ୍ଟ୍ରେଟ ଦାୟିତ୍ୱରେ ବିନିକା ତହସିଲଦାର ତ୍ରିପୁର ମହାନନ୍ଦ, ଏସ୍‍ଡିପିଓ ମିହିର କୁମାର ପଣ୍ଡା, ବିନିକା ଥାନା ଅଧିକାରୀ କୁଶ ପାଣିଗ୍ରାହୀ, ଏସ୍‍ଆଇ ସୂର୍ଯ୍ୟକାନ୍ତ ସେଠୀ, ଟଙ୍କଧର ଛତ୍ରି୍ରଆଙ୍କ ସମେତ ପ୍ରାୟ ୨୫୦ ପୁଲିସ ଫୋର୍ସ ସଜାଗ ରହିଥିଲେ।

 

Comments are closed.