ଘରଡିହ ପଟ୍ଟା ଦାବିରେ ବିନିକା ତହସିଲ କାର୍ଯ୍ୟାଳୟ ଘେରାଉ

ବିନିକା : ସୁବର୍ଣ୍ଣପୁର ଜିଲା ବିନିକା ତହସିଲ କାର୍ଯ୍ୟାଳୟକୁ ଘର ଡିହ, ଜମି ପଟ୍ଟା ପାଇବା ଆଶାରେ ସୋମବାର ୬ଟି ରାଜସ୍ୱ ସର୍କଲ ଅନ୍ତର୍ଗତ ପ୍ରାୟ ୪୫ଟି ଗ୍ରାମର ଶତାଧିକ ମହିଳା ଆସି ରୁଣ୍ଡ ହୋଇଥିଲେ। ଶତାଧିକ ପୁରୁଷ ଓ ମହିଳା ଆସି ଅଚାନକ ତହସିଲ କାର୍ଯ୍ୟାଳୟରେ ରୁଣ୍ଡ ହୋଇଥିଲେ। ପରେ ବିନିକା ଅତିରିକ୍ତ ତହସିଲଦାର ଶ୍ରୀ ଅଗ୍ରୱାଲ ଉପସ୍ଥିତ ମହିଳାଙ୍କ ପାଖକୁ ଆସି ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରୀ ବୁଝିଥିଲେ। ସେଠାରେ ସମସ୍ତେ ଅଭିଯୋଗ କରିଥିଲେ ଯେ, ପୁରୁଷାନୁକ୍ରମେ ବର୍ଷ ବର୍ଷ ଧରି ସେମାନେ ବାସହୀନ ଅବସ୍ଥାରେ ରହୁଥିବା ଓ ତାଙ୍କର କୌଣସି ଘର ଡିହର ପଟ୍ଟା ନଥିବା ଅଭିଯୋଗ କରିଥିଲେ। ସମସ୍ତଙ୍କ ଅଭିଯୋଗ ଅନୁସାରେ ଅତିରିକ୍ତ ତହସିଲଦାର ଶ୍ରୀ ଅଗ୍ରୱାଲ ଅଭିଯୋଗକାରୀଙ୍କୁଏକମାସ ମଧ୍ୟରେ ଦାବି ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

Comments are closed.