ବିଧାୟକଙ୍କ ଦ୍ଵାରା କୁରୁଗୁଡ଼ା ପୋଲର ଶିଳାନ୍ୟାସ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ମାଣିକେଶ୍ଵର ପଂଚାୟତର କୁରୁଗୁଡ଼ା ପୋଲର ଶିଳାନ୍ୟାସ କରିଛନ୍ତି ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜୁ ସେତୁ ଯୋଜନାରେ ଏହାକୁ ସାମିଲ୍ କରାଯାଇ ଏହାର ଶିଳାନ୍ୟାସ କରାଯାଇଛି। ପୋଲ କାର୍ଯ୍ୟକ୍ଷମ ହେଲେ ଗୀସିପାବାଲି, ଟାଡୁମାହା, ଶିପାଇଯୁ, ଡ଼ାଙ୍ଗେଶି, କୁରୁପୁଡା ଗ୍ରାମର ଲୋକେ ଉପକୃତ ହେବା ସହ ଏହି ରାସ୍ତା ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରିବ। କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ସ୍ବତନ୍ତ୍ର ବିକାଶ ପରିଷଦ ସଦସ୍ୟ ଭୂଷଣ ପ୍ରଧାନ, ବ୍ଲକ୍ ବିଜେଡ଼ି ସଭାପତି ରାଜ ମୋହନ ଦିଗାଲ, ଜିଲ୍ଲା ସଂପାଦକ ବିଜୟ ପଣ୍ଡା, ଛାତ୍ର ସଭାପତି ରୋସନ୍ ନାୟକ, ସାଂସଦ ପ୍ରତିନିଧି ଟୁକୁନା ପାଣିଗ୍ରାହୀ, ମିଥୁନ ଦିଗାଲ ପ୍ରମୁଖ ସାମିଲ ହୋଇଥିଲେ।

Comments are closed.