ବାଙ୍ଗିରିପୋଷିରେ ଚାଲିଛି ଆନନ୍ଦ ଉଲ୍ଲାସରେ ଦୁର୍ଗାପୂଜା

ଦ୍ୱାରଶୁଣି: ଅନୁକୂଳ ପାଗ ପାଇଁ ଚଳିତ ଥର ବାଙ୍ଗିରିପୋଷି ବ୍ଲକରେ ଦୁର୍ଗାପୂଜା ଆନନ୍ଦ ଉଲ୍ଲାସରେ ପାଳନ କରାଯାଉଛି। ମଣ୍ଡପରେ ମହାଷ୍ଟମୀ ପୂଜା ଶେଷ ହୋଇଛି। ମଣ୍ଡପ ମାନଙ୍କରେ ଶୁକ୍ରବାର ବିଲ୍ୱବରଣ ଓ ଆମନ୍ତ୍ରଣାଧିବାସ ତଥା ତପଃ ଷଷ୍ଠୀରୁ ପୂଜାରମ୍ଭ ହୋଇ ଆଜି ସପ୍ତମୀ ପୂଜା ପରେ ରବିବାର ମହାଷ୍ଟମୀ, ସୋମବାର ମହାନବମୀ ଓ ମଙ୍ଗଳବାର ବିଜୟା ଦଶମୀ ବା ଦଶହରା ପାଳନ ହେବ। ବ୍ଲକରେ ମୋଟ ୧୪ଟି ସ୍ଥାନରେ ମା’ ଦୁର୍ଗାଙ୍କର ପୂଜା ହେଉଛି। ବାଙ୍ଗିରିପୋଷି ବଜାର ପୂଜା କମିଟି ଏଥର ୧୦୧ତମ ପାଳନ କରୁଛି। ଏଥିପାଇଁ ଆକର୍ଷଣୀୟ ସାଜସଜା ସାଙ୍ଗକୁ ବିଭିନ୍ନ ଆୟୋଜନ କରାଯାଇଛି। ସେହିପରି  ବ୍ଲକର , ଦେଉଳିଆ, ସିଂହଟିଆ, ବାଘୁଆପାଳ, ତେନ୍ତୁଳିଗାଁ, ମିରିଗିଦାରୀ, ଶାଳଗାଁ, ରତନପୁର, ଭୀମିଦା ଓ ଦୁର୍ଗାପୁର ଆଦି ସ୍ଥାନରେ ଗୋଟିଏ ଲେଖାଏଁ ମେଢ଼ ବା ମଣ୍ଡପରେ ସାର୍ବଜନୀନ ପୂଜା ହେଉଛି। ପ୍ରତାପପୁର ଓ ସାନକେରକରେ ଦୁଇଟି ସ୍ଥାନରେ ପୂଜା ହେଉଛି। ସେହପରି ପାରମ୍ପାରିକ ରାବଣପୋଡ଼ି ଉତ୍ସବ ବାଙ୍ଗିରିପୋଷି ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ମଙ୍ଗଳବାର ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

Comments are closed.