ବଙ୍ଗୋମୁଣ୍ଡା ଅଞ୍ଚଳରେ ସାବିତ୍ରୀ ବ୍ରତ ପାଳିତ

ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ଜ୍ୟୈଷ୍ଠ ଅମାବାସ୍ୟାରେ ମହିଳାମାନେ ନିଜ ସ୍ୱାମୀଙ୍କ ମଙ୍ଗଳ ସୁଖ ସମୃଦ୍ଧି କାମନା କରି ସାବିତ୍ରୀ ବ୍ରତ ପାଳନ କରିଥିଲେ। ଆବଶ୍ୟକ ପୂଜା ସାମଗ୍ରୀ ସହ ବିଭିନ୍ନ ପ୍ରକାର ଫଲମୂଳ ସହ ମହିଳାମାନେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଲିଥିଲା। ପୁରାଣ ଯୁଗରେ ସତ୍ୟବାନଙ୍କୁ ଯମ ମୁହଁରୁ ସାବିତ୍ରୀ ଫେରାଇଆଣିପାରିଥିଲେ। ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ନିଜର ଶଙ୍ଖା ଚୁଡିକୁ ବଜର କରିବା ପାଇଁ ମହିଳା ମାନେ ନିଷ୍ଠାର ସହ ନିଜ୍ୱଳ ଉପବାସ କରି ପୂଜାର୍ଚ୍ଚନା କରି ସ୍ୱାମୀଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥାନ୍ତି। ବଙ୍ଗୋମୁଣ୍ଡା, ଗୋହିରାପଦର, ଚୁଲିଫୁଙ୍କା, ଭାଲୁମୁଣ୍ଡା, ବେଲପଡା, କଁସିଲ, ମୁଣ୍ଡପଦର, ଝରିଆଲ, ତୁରେକେଲା, ମମିଆ, ଝଲପ, ଭୁଷଲାଡ, ଗୋଇମୁଣ୍ଡ ସହ ବିଭିନ୍ନ ଗ୍ରାମରେ ସାବିତ୍ରୀ ବ୍ରତ ଧୁମଧାମରେ ପାଳିତ ହୋଇଯାଇଛି।

Comments are closed.