୩ ଦଫା ଦାବି ନେଇ ବଙ୍ଗୋମୁଣ୍ଡା ନାଗରିକ ମଞ୍ଚଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡା ନାଗରିକ ମଞ୍ଚ ପକ୍ଷରୁ ବଙ୍ଗୋମୁଣ୍ଡା ପଞ୍ଚାୟତକୁ ଏନଏସି ମାନ୍ୟତା ଦାବି ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବଙ୍ଗୋମୁଣ୍ଡା ତହସିଲଦାରଙ୍କୁ ପ୍ରଦାନ କରାଯାଇଛି। ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତିର ଏକ ପ୍ରମୁଖ ପଞ୍ଚାୟତ ବଙ୍ଗୋମୁଣ୍ଡା ଆଖ ପାଖ ଅଞ୍ଚଳର ଦୈନିକ ହଜାର ହଜାର ଲୋକ ବଙ୍ଗୋମୁଣ୍ଡା ଉପରେ ନିର୍ଭର କରୁଥିବା ବେଳେ ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ବଙ୍ଗୋମୁଣ୍ଡା ପଞ୍ଚାୟତରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗର ଜନସାଧାରଣ ବହୁଳ ଗ୍ରାମ ଅଟେ। ୨୦୧୧ ଜନଗଣନା ଅନୁସାରେ ବଙ୍ଗୋମୁଣ୍ଡାର ଜନସଂଖ୍ୟା ୭୪୯୦ଥିବାବେଳେ ବର୍ତ୍ତମାନ ୨୦୧୯ ମସିହା ସୁଦ୍ଧା ଏଠାରେ ୧୧ ହଜାରରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି। ସରକାରଙ୍କ ଓଡିଶା ମୁନସିପାଲଟି ଆଇନ ୧୯୫୦ ଅନୁସାରେ ଦଶ ହଜାର ବହୁଳ ପଞ୍ଚାୟତ କୁ ବିଜ୍ଞାପିତ ଅଞ୍ଚଳ ପରିଷଦ କରିବାର ସରକାରୀ ଆଇନ ରହିଛି। ରାଜୁଡା ଅମଳର ବଙ୍ଗୋମୁଣ୍ଡା ପଞ୍ଚାୟତକୁ ଏନଏସି ମାନ୍ୟତା ଦେଲେ ଏଠିକାର ଜନସାଧାରଣ ସହରାଞ୍ଚଳର ସୁବିଧା ସୁଯୋଗ ପାଇ ପାରିବେ। ବଙ୍ଗୋମୁଣ୍ଡାକୁ ତୁରନ୍ତ ଏନଏସି ମାନ୍ୟତା ଦାବି ପାଇଁ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ବଙ୍ଗୋମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଭିତ୍ତିଭୂମି ଏବଂ ଡାକ୍ତର ଅଭାବ ସମସ୍ୟା ଯୋଗୁଁ ଅଞ୍ଚଳର ଜନସାଧାରଣ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିିତ ହେଉଥିବା ଅଭିଯୋଗ ହେଉଛି। ବଙ୍ଗୋମୁଣ୍ଡା ବ୍ଲକ ସହିତ ମୁରିବାହାଲ ବ୍ଲକର ପତ୍ରାପାଲି, ଡଙ୍ଗରପଡା, ଗୋଇମୁଣ୍ଡ, ଗଁରେଇ ପଞ୍ଚାୟତର ହଜାର ହଜାର ଜନସାଧାରଣ ସ୍ୱାସ୍ଥ୍ୟ ସେବା ପାଇଁ ବଙ୍ଗୋମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ୨୦୧୬-୧୭ ମସିହାରେ ୧୩୨୧୮ ଜଣ ରୋଗୀ,୨୦୧୭-୧୮ ରେ ୧୩୬୮୬ ଜଣ ରୋଗ.୨୦୧୮-୧୯ ମଧ୍ୟରେ ୧୫୧୨୫ ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି।
ବଙ୍ଗୋମୁଣ୍ଡା ନାଗରିକ ମଞ୍ଚର ସଭାପତି ଅଜିତ କୁମାର ଯୋଷୀଙ୍କ ନେତ୍‍ୃତ୍ୱରେ ମଞ୍ଚର କର୍ମକର୍ତ୍ତା, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଜନସାଧାରଣ ଏକ ଶୋଭାଯାତ୍ରାରେ ପହଞ୍ଚି ଦାବି ପତ୍ର ପ୍ରଦାନ କରିଥିଲେ। ଆଗାମୀ ଦିନରେ ଦାବି ପୂରଣ ନ ହେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚ ର ସଂପାଦକ ଆନନ୍ଦ ଅଗ୍ରୱାଲ, ଉପସଭାପତି ଘନଶ୍ୟାମ ମନହିରା, କଲ୍ପେନ୍ଦ୍ର ସରାଫ, ଝସକେତନ ମେହେର(ବାବା), ସହ ସଂପାଦକ ନରସିଂହ ଥନାପତି,ଜିଲାପରିଷଦ ସଦସ୍ୟ ଉଦ୍ଧବ ବେହେରାଙ୍କ ସମେତ ଅନେକ ଜନସାଧାରଣ ଉପସ୍ଥିତ ଥିଲେ।

Comments are closed.