କାଳବୈଶାଖୀ ତାଣ୍ଡବ ; ବିଧାୟକଙ୍କ ଜନାଭିମୁଖୀ ପଦକ୍ଷେପକୁ ସାଧାରଣରେ ପ୍ରଶଂସା

ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡା ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚିଥିବା ବେଳେ କୁଆପଥର ମାଡ ସହ ବହୁତ ଜୋରରେ ପବନ ହେବାରୁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ବଡ ବଡ ଗଛଗୁଡ଼ିକ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ବେଳେ କାହାର ଘରର ଛପର ଉଠି ଯାଇଥିଲା ତ କାହା ଘର ଉପରେ ଗଛ ପଡି ଯାଇଥିଲା। ପୁଣି ବିଦ୍ୟୁତ ଖୁଣ୍ଟଗୁଡ଼ିକ ଉପୁଡି ଯାଇ ସବୁ ଛିଣ୍ଡି ଯାଇଥିବା ଫଳରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇ ପଡିଥିଲା।
କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ବଙ୍ଗୋମୁଣ୍ଡା ଅଞ୍ଚଳରେ ପହଞ୍ଚି ଅବସ୍ଥା ସ୍ୱାଭାବିକ କରିବାକୁ ଚେଷ୍ଟା ଚଳାଇଥିଲେ। ଆଜି ପୁଣି ବିଜୁଳି ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ବିଧାୟକ ଶ୍ରୀ ସାଲୁଜା ବଙ୍ଗୋମୁଣ୍ଡାରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ବିଦ୍ୟୁତ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ସହ ମିଶି ତୁରନ୍ତ ଅଞ୍ଚଳରେ ବିଜୁଳି ସଂଯୋଗ ପାଇଁ ସେ ତନାଘନା ଚେଷ୍ଟା ରଖିଛନ୍ତି। ବିଧାୟକ ଏଭଳି ଜନାଭିମୁଖୀ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।

Comments are closed.