ବଙ୍ଗୋମୁଣ୍ଡାରେ ୨୭ତମ କୁରାଳ ପୂଜା

ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସଦରର ଚାରି ଛକ ନିକଟରେ ବଙ୍ଗୋମୁଣ୍ଡା କୁମ୍ଭକାର ସମାଜ ପକ୍ଷରୁ ଚଳିତ ବର୍ଷ ୨୭ତମ କୁରାଳ ପୂଜା ପାଳିତ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ନିକଟସ୍ଥ ଜଳାଶୟରୁ ପୂର୍ଣ୍ଣ ଜଳ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। କୁରାଳ ପୂଜାରେ କର୍ତ୍ତା ଭାବେ କୃଷ୍ଣଚନ୍ଦ୍ର ରଣା ଓ ତାଙ୍କ ପତ୍ନୀ ବିନୋଦିନୀ ରଣା ଓ ପୂଜକ ଦାୟିତ୍ୱ ସନ୍ତୋଷ ମିଶ୍ର ତୁଲାଇବା ସହ କୁରାଳ ପୁରାଣ ପାଠ କରାଯାଉଥିଲା। ରୁହି ରଣା, ରମେଶ ରଣା, ବଙ୍ଗୋମୁଣ୍ଡା ସଭାପତି ହୃଦାନନ୍ଦ ରଣା, କ୍ଷିରସିନ୍ଧୁ ରଣା, ଧ୍ରୁବ ରଣା ପ୍ରମୁଖ ସହଯୋଗ କରିଥିଲେ।

Comments are closed.