ବାଂଲାଦେଶରେ ଟିଭି ସାମ୍ବାଦିକାଙ୍କୁ ହତ୍ୟା

0

ଢାକା : ବାଂଲାଦେଶର ଏକ ଟିଭି ଚ୍ୟାନେଲର ଜଣେ ସାମ୍ବାଦିକାଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ହତ୍ୟାର ଶିକାର ସାମ୍ବାଦିକା ଜଣଙ୍କ ହେଉଛନ୍ତି ସୁବର୍ଣ୍ଣା ନୋଦି (୩୨)। ଆନନ୍ଦ ଟିଭି ନାମକ ଏକ ଘରୋଇ ଟେଲିଭିଜନ ଚାନେଲ ଓ ଜାଗୃତ ବାଂଲା ଖବରକାଗଜରେ ସାମ୍ବାଦିକତା କରୁଥିଲେ। ଢାକା ଠାରୁ ୧୫୦ କିମି ଦୂର ପାବନା ଜିଲା ରାଧାନଗର ଅଞ୍ଚଳସ୍ଥିତ ତାଙ୍କ ଘରେ ସୁବର୍ଣ୍ଣାଙ୍କୁ ହତ୍ୟା କରାଯାଇଛି। ପୁଲିସ କହିବା ଅନୁଯାୟୀ ୧୦ରୁ ୧୨ଜଣ ଦୁର୍ବୃତ୍ତ ରାତି ପ୍ରାୟ ୧୦ଟା ୪୫ରେ ମୋଟର ସାଇକଲରେ ଆସି ସୁବର୍ଣ୍ଣାଙ୍କ ଘର କଲିଂବେଲ ମାରିଥିଲେ। ସେ କବାଟ ଖୋଲିବା ମାତ୍ରେ ଦୁର୍ବୃତ୍ତମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ।

Leave A Reply