ନ୍ୟୁଜିଲାଣ୍ଡ ଗସ୍ତ ନିମନ୍ତେ ବାଂଲାଦେଶ କ୍ରିକେଟ୍ ଦଳ ଘୋଷିତ

ଢାକା: ଆସନ୍ତା ମାର୍ଚ୍ଚରେ ବାଂଲାଦେଶ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଘରୋଇ ଦଳ ବିପକ୍ଷରେ ୩ଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିବାକୁ ଥିବା ବେଳେ ଶୁକ୍ରବାର ବାଂଲାଦେଶ ଦଳ ଘୋଷିତ ହୋଇଛି। ବାଂଲାଦେଶ ଦଳକୁ ଫେରିଛନ୍ତି ଦ୍ରୁତ ବୋଲର ଅଲ୍-ଅମିନ୍ ହୋସେନ୍ ଓ ଅଲରାଉଣ୍ଡର ମୋସାଡେକ୍ ହୋସେନ୍।

ଦଳ ଘୋଷଣା କରି ମୁଖ୍ୟ ମନୋନୟନକାରୀ ମିନାଜୁଲ୍ ଆବେଦିନ କହିଛନ୍ତି ଏହି ସିରିଜରେ ତାରକା ଅଲରାଉଣ୍ଡର ସାକିବ୍ ଅଲ୍ ହସନ୍ ଖେଳୁନଥିବାରୁ ତାଙ୍କ ସ୍ଥାନ ପୂରଣ କରିବାକୁ ଅଲରାଉଣ୍ଡର୍ ଭାବେ ମୋସାଡେକ୍ଙ୍କୁ ଦଳରେ ସାମିଲ କରାଯାଇଛି। ସେହିପରି ଦଳର ବୋଲିଂକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଅଲ୍-ଅମିନ୍ଙଙ୍କୁ ଦଳରେ ସ୍ଥାନ ଦିଆଯାଇଛି। ବାଂଲାଦେଶ ଦଳ ଆସନ୍ତା ୨୩ରେ ନ୍ୟୁଜିଲାଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଦଳ ନ୍ୟୁଜିଲାଣ୍ଡରେ ପହଞ୍ଚିବା ପରେ ନିୟମ ଅନୁଯାୟୀ ସଙ୍ଗରୋଧରେ ରହିବ। ଦୁଇ ଦଳ ମଧ୍ୟରେ ମାର୍ଚ୍ଚ ୨୦ରୁ ଏପ୍ରିଲ୍ ୧ ସୁଦ୍ଧା ୩ଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ।

ବାଂଲାଦେଶ ଦଳ : ତମିମ୍ ଇକବାଲ୍, ମୋସାଡେକ୍ ହୋସେନ୍, ନଜମୁଲ୍ ହୋସେନ୍, ମୁସ୍ଫିକୁର ରହିମ୍, ମହମ୍ମଦ ମିଥୁନ୍, ଲିଟନ୍ ଦାସ, ମହମ୍ମଦୁଲ୍ଲା ରିୟାଦ୍, ଆଫିଫ୍ ହୋସେନ୍, ସୌମ୍ୟ ସରକାର, ନଇମ ଶେଖ୍, ତସକିନ୍ ଅହମ୍ମଦ, ଅଲ୍-ଅମିନ୍ ହୋସେନ୍, ସୋରିଫୁଲ ଇସଲାମ୍, ହସନ୍ ମାହମୁଦ୍, ମହମ୍ମଦ ସୈଫୁଦ୍ଦିନ୍, ମୁସ୍ତାଫିଜୁର୍ ରେହମାନ୍, ମେହେଦି ହସନ୍ ମିରାଜ୍, ରୁବେଲ୍ ହୋସେନ୍, ମାହେଦି ହସନ୍ ଓ ନାସୁମ ଅହମ୍ମଦ।

Comments
Loading...