ବାଂଲାଦେଶ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମଶ୍ରଫି ମୋର୍ତାଜା କରୋନା ସଂକ୍ରମିତ

ଢାକା : ବାଂଲାଦେଶ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମଶ୍ରଫି ମୋର୍ତାଜା କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି।
ଏକ ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ମଶ୍ରଫି ମୋର୍ତାଜାଙ୍କଠାରେ କରେନା ଲକ୍ଷଣ ଦେଖାଯାଇଥିଲେ। ପରେ ପରୀକ୍ଷଣ ପରେ ତାଙ୍କଠାରେ କରୋନା ପଜିଟିଭ ଥିବା ଜଣାପଡ଼ିଛି। ମୋର୍ତାଜା ଚଳିତ ବର୍ଷ ମାର୍ଚ୍ଚରେ ବାଂଲାଦେଶ କ୍ରିକେଟ ଟିମର ଦିନିକିଆ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ।
ଜୁଲାଇରେ ବାଂଲାଦେଶ ଶ୍ରୀଲଙ୍କା ସହିତ ତିନିଟି ଟେଷ୍ଟ ସିରିଜରେ ମୁହାଁମୁହିଁ ହେବାର ଥିଲା ଏବଂ ପରେ ଅଗଷ୍ଟରେ ନ୍ୟୁଜିଲ୍ୟାଣ୍ଡ ସହିତ ବାଂଲାଦେଶ ଟିମର ମ୍ୟାଚ ହେବାର ଥିଲା। ମାତ୍ର କରୋନାଭାଇରସ୍ ମହାମାରୀ ଏଥିରେ ପ୍ରତିବନ୍ଧକ ସାଜିଛି।
ସେପ୍ଟେମ୍ବର ପାଇଁ ଧାର୍ୟ୍ୟ ହୋଇଥିବା ଏସିଆ କପ୍ ମଧ୍ୟ କରୋନାଭାଇରସ୍ କାରଣରୁ ଅନିଶ୍ଚିତତା ମଧ୍ୟରେ ରହିଛି।

Comments are closed.