କାର୍ ଓ ଟ୍ରକ୍ ଧକ୍କା, ୪ ମୃତ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଗତକାଲି ବିଳମ୍ବିତ ରାତିରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସସସ୍ତ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ବେଙ୍ଗାଲୁରୁରେ କାର୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଟ୍ରକ୍ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାକୁ ନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି । ତେବେ ମୃତକଙ୍କ ମଧ୍ୟରେ ୨ଜଣ ଝିଅ ଓ ୨ଜଣ ପୁଅ ଥିବାବେଳେ, ସେମାନେ ସଫ୍ଟୱେର ଇଞ୍ଜିନିୟର ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣା ଏତେ ଭୟାନକଥିଲେ ଯେ ଏହି ଦୁର୍ଘଟଣା କାରଣରୁ ମୋଟ ୩ଟି ଟ୍ରକ୍ ଓ ୫ଟି କାର୍ କ୍ଷତିଗ୍ରସ୍ତ ହୋଇଛି।

Comments are closed.