ଆପତ୍ତିଜନକ ପୋଷ୍ଟକୁ ନେଇ ବାଙ୍ଗାଲୋରରେ ହିଂସା; ୨ମୃତ , ୬୦ ଆହତ

ବାଙ୍ଗାଲୋର: ଜଣେ ଯୁବକ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିବା ନେଇ ମଙ୍ଗଳବା ବିଳମ୍ବିତ ରାତିରେ ବାଙ୍ଗାଲୋର ସହର‌ରେ ହିଂସାକାଣ୍ଡ ଘଟିଛି। ଏହି ହିଂସା କାଣ୍ଡରେ ପୁଲିସ ଗୁଳିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ  ୬୦ ଜଣ ପୁଲିସ ଆହତ ହୋଇଛନ୍ତି।  ଉକ୍ତ ଘଟଣାରେ ପୁଲିିସ ୧୧୦ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ  ବାଙ୍ଗାଲୋରରେ ୧୪୪ ଧାରା ଜାରି କରାଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ୍‌ କରିଥିବା ସମ୍ପୃକ୍ତ ଯୁବକଜଣକ ପୁଲକେଶୀ ନଗର କଂଗ୍ରେସ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତିଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି । ଗୋଟିଏ ଗୋଷ୍ଠୀ ଏହି ପୋଷ୍ଟକୁ ବିରୋଧ କରିବା ସହ ଏହାକୁ ନେଇ ଥାନାରେ ଏତଲା ଦେଇଥିଲେ । ଏହାପରେ ମଙ୍ଗଳବାର ବିଳମ୍ବିତ ରାତିରେ ବିଧାୟକଙ୍କ ଘର ଉପରକୁ ପଥର ମାଡ କରାଯାଇଥିଲା । ଉତ୍ୟକ୍ତ ଲୋକେ ଡିଜେ ହାଲି ଓ କେଜି ହାଲି ପୁଲିସ ଷ୍ଚେସନ ଉପରକୁ ଟେକାପଥର ମାଡ କରିଛନ୍ତି।  ଏହି ଆକ୍ରାମଣରେ ୬୦ ଜଣ ପୁଲିସ କର୍ମଚାରୀ ଆହତ ହେଇଛନ୍ତି। ପରିସ୍ଥିତକୁ ନିୟନ୍ତ୍ରଣ କରିବାକୁ ପୁଲିସ ମଧ୍ୟ ଗୁଳି ମାଡ କରିଥିଲା । ଏହି ଗୁଳିି ମାଡରେ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ  ବାଙ୍ଗାଲୋରରେ ୧୪୪ ଧାରା ଜାରି କରାଯାଇଥିବା ଜଣାପଡିଛି । ଡିଜେ ହାଲି ଓ କେଜି ହାଲି ପୁଲିସ ଷ୍ଚେସନର ଆଖପାଖ ଅଞ୍ଚଳରେ କର୍ଫ୍ୟୁ  ଲଗାଯାଇଥିବା ପୁଲିସ କମିଶନର କମଲ ପନ୍ତ ସୂଚନା ଦେଇଛନ୍ତି। ଏହି ହିଂସାରେ ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। କିନ୍ତୁ ଆପତ୍ତି ଜନକ ପୋଷ୍ଟକୁ ନେଇ ଯୁବକଜଣକ କହିଛନ୍ତି ଯେ, ସେ ଏହା ପୋଷ୍ଟ୍‌ କରି ନାହାନ୍ତି, ଫେସ୍‌ବୁକ୍ ଆକାଉଣ୍ଟ୍‌ ହ୍ୟାକ୍ କରାଯାଇ ଏଭଳି କରାଯାଇଛି ।

 

Comments are closed.