ମମତାଙ୍କ ପାଖକୁ ୧୦ଲକ୍ଷ ପୋଷ୍ଟକାର୍ଡ ପଠାଇବ ବିଜେପି

ନୂଆଦିଲ୍ଲୀ : ବିଜେପି ଜୟ ଶ୍ରୀରାମ ଲେଖାଥିବା ୧୦ ଲକ୍ଷ ପୋଷ୍ଟ କାର୍ଡ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ପଠାଇବା ଲାଗି ନିଷ୍ପତ୍ତି ନେଇଥିବା ଦଳର ନେତା ଅର୍ଜୁନ ସିଂହ କହିଛନ୍ତି। ସିଂହ ତୃଣମୂଳ କଂଗ୍ରେସର ଜଣେ ବିଧାୟକ ଥିଲେ ତେବେ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗଦେଇ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଜୟ ଶ୍ରୀରାମ କହୁଥିବା ଲୋକଙ୍କୁ ମମତା ବିରୋଧ କରିବା ସହ ସେମାନଙ୍କୁ ରାଜ୍ୟ ବାହାର ଲୋକ ବୋଲି ଦର୍ଶାଇଛନ୍ତି।

Comments are closed.