ସଡକ ଦୁର୍ଘଟଣାରେ ଜଣେ ମୃତ

0

ବଣେଇ : ବାଣେଇ ଉପଖଣ୍ଡର ଚାନ୍ଦିପୋଷ ଥାନା ଅନ୍ତର୍ଗତ ୧୪୩ନଂ ଜାତୀୟ ରାଜପଥର ଆମରୂଢୀ ପୋଲ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏକ ୧୨ଚକିଆ ଟ୍ରକ ଏବଂ ଏକ ବାଇକ୍ ମଧ୍ୟରେ ଧକ୍କା ହେବାଦ୍ବାରା ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଖବରଅନୁସାରେ ଏକ ଓଡି ୨୧ ଜି ୪୨୮୧ନଂର ୧୨ଚକିଆ ଟ୍ରକ ବିରତୋଳା ଠାରେ ଏକ ବାଇକକୁ ଧକ୍କା ଦେବାସହ ବାଇକ ଚାଳକଙ୍କ ଉପରେ ଚଢି ଚାଲିଯାଇଥିଲା ଫଳରେ ବାଇକ୍ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକ ଜଣଙ୍କ ଜୁନିଆନି ଗ୍ରାମର ସୁନୀଲ ମୁଣ୍ଡା(୨୬)।

Leave A Reply