ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ଘର; ପ୍ରଶାସନ ସହାୟତାକୁ ଅପେକ୍ଷା

ବଣାଇଁ : ବଣାଇଁ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ନରେନ୍ଦ୍ର ପଞ୍ଚାୟତ ବଡ଼ ତୁରାମୁରା ଗ୍ରାମରେ ଲଗାଣବର୍ଷା ଯୋଗୁଁ ଗୋବର୍ଦ୍ଧନ ନାଏକ ନାମକ ଗଜଣେ ଗରିବ ବ୍ୟକ୍ତିଙ୍କ ଘର ଭାଙ୍ଗିଯାଇଛି। ଗତ ଦୁଇ ଦିନ ଧରି ଲଗାଣବର୍ଷା ଯୋଗୁଁ ଘରଟିର କାନ୍ଥ ଭାଗିଂ ଜିବାରୁ ତାଙ୍କ ପରିବାର ଏବେ ଏକପ୍ରକାର ବେସାହାରା ହୋଇପଡିଛନ୍ତି।

ଗୋବର୍ଦ୍ଧନ ନାଏକଙ୍କ କହିବା ଅନୁସାରେ, ଦୁଇ ଦିନ ଧରି ଲଗାଣ ବର୍ଷା ହେଉଥିବାବେଳେ ଗତ ରାତିରେ ଘର ଭିତରେ ଝିଅ ଶୋଇଥିବା ବେଳେ ହଠାତ୍ ଘରଟିର କାନ୍ଥ ଓ ଛପର ଛାଉଣୀ ଭାଗିଂ ଯିବାବେଳେ ସେ ଜୀବନ ବିକଳରେ ଘରୁ ବାହାରକୁ ପଲାଇ ଆସିଥିଲେ। ଏଥିରେ ଘରେ ଥିବା ଧାନ, ଚାଉଳ ନଷ୍ଟ ହେବା ସହ ସାଇକେଲଟି ଭାଙ୍ଗି ଯାଇଛି। ଏବେ ସେମାନେ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ସହାୟତା ଯୋଗାଇ ଦେବା ନିମନ୍ତେ ଆଶାବାଦୀ ହୋଇ ରହିଛନ୍ତି। ତେଣୁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.