ଗଳା କାଟି ହତ୍ୟା କାରଣ ଅସ୍ପଷ୍ଟ

0

ବଣାଇଁ : ବଣାଇ ଉପଖଣ୍ଡ ଚାନ୍ଦିପୋଷ ଥାନା ଅନ୍ତର୍ଗତ ମୂଷାବିରା ଗ୍ରାମରେ ଜଣକୁ ଗଳା କାଟି ହତ୍ୟା କରିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ଗତକାଲି ରାତି ୧୧ଟା ସମୟରେ ମୂଷାବିରା ଗ୍ରାମରେ ଘରେ ଶୋଇଥିବା ସମୟରେ ଚାମୁ ଓରାମ (୫୦)କୁଂ କେହିଜଣେ ଦୁର୍ବୁତ୍ତ ଗଳାକାଟି ହତ୍ୟା କରିଥି​‌ଲେ । ମାତ୍ର ତାଙ୍କ ସ୍ତ୍ରୀ ଓ ଝିଅ ପାଖ ଘରେ ଶୋଇଥିଲେ ମଧ୍ୟ ସେମାନେ ଜାଣି ପାରି ନଥିଲେ । ପରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଲାଇଥିବା ଜଣାପଡ଼ିଛି। ଏହା କେଉଁ କାରଣରୁ ହୋଇଛି ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply