ବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ

ବଣେଇ : ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡର କୋଇଡା ଥାନା କାଲଟା ଫାଣ୍ଡି ଅଞ୍ଚଳରେ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। ଘରୋଇ କଳହକୁ କେନ୍ଦ୍ରକରି ବାପ ଭୁଲିଗଲା ରକ୍ତ ସମ୍ପର୍କ । ବାପର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ ହେଲା ପରେ ଘଟଣାକୁ ଲୁଚାଇବାକୁ ଯାଇ ବାପା ଓ ସାବତ ମାଆ ମୃତ ପୁଅର ଶରୀରରେ ରାଶି ଲଗାଇ ଶବକୁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଦେଇଥିବା ଜଣାପଡ଼ିଛି।

ବିଶେଷ ସୂତ୍ରରୁ ପ୍ରକାଶ, ପ୍ରତ୍ୟକ ଦିନ ମଦ୍ୟପାନ କରି ପ୍ରଥମ ସ୍ତ୍ରୀର ପୁଅ ସମରାନ ଡାଙ୍ଗ ଘରେ କଳହ କରୁଥିବାରୁ ଶେଷରେ ବାପ ସନ୍ତୋଷ ଡାଙ୍ଗ ଆଜି ଉତ୍ୟକ୍ତ ହୋଇ ପୁଅକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ପୁଅର ମୃତ୍ୟ ହୋଇଥିଲା। ପୁରା ଘଟଣା କ୍ରମକୁ ରଫା ଦଫା କରିବାକୁ ଯାଇ ବାପା ସନ୍ତୋଷ ଏବଂ ସାବତ ମାଆ ମୃତ ପୁଅର ହାତ ଗୋଡ଼କୁ ରଶିରେ ବାନ୍ଧି ସ୍ୱାମୀ ସ୍ତ୍ରୀ ଦୁହେଁ ଭାର ସାହାଯ୍ୟରେ ନିକଟସ୍ଥ ମାତାଝର ଜଙ୍ଗଲର ଏକ ନାଳରେ ଫିଙ୍ଗି ଦେଇଥିଲେ। ବିଶେଷ ସୂତ୍ରରୁ ଖବର ପାଇ କୋଇଡା ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଟାଙ୍ଗିଆକୁ ଜବତ କରି ହତ୍ୟାକାରୀ ବାପକୁ ଗିରଫ କରି ତଦନ୍ତ ଚଳାଇଛନ୍ତି । ଅଞ୍ଚଳରେ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ ସମସ୍ତଙ୍କ ନିଦ ହଜାଇ ଦେଇଚି ।

Comments are closed.