ବନ୍ଦିତା ପରିଡା ହେଲେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାପତି

ଭୁବନେଶ୍ବର :  ବନ୍ଦିତା ପରିଡା ହେଲେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାପତି। ପ୍ରଥମେ ସେ  ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର କାର୍ଯ୍ୟନିର୍ବାହୀ ସଭାପତି ଥିଲେ। ତାପରେ ତାଙ୍କୁ  ଓଡିଶା ପ୍ରଦେଶ ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଦାୟିତ୍ବ ଦିଆଯାଇଥିଲା।

ତେବେ ଶେଷରେ ତାଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାପତି ଦାୟିତ୍ବ ଦିଆଯାଇଛି। ଏ ନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ସମେତ ହରିୟାଣା ଓ ହିମାଚଳ ପ୍ରଦେଶ ମହିଳା କଂଗ୍ରେସ କମିଟି ପାଇଁ ନୂଆ ସଭାପତି ନିଯୁକ୍ତ କରାଯାଇଛି। ମରିନା କେଙ୍ଗଲାଙ୍ଗଙ୍କୁ ଅରୁଣାଚଳ ପ୍ରଦେଶ ଓ  ସୁଧା ଭରଦ୍ବାଜଙ୍କୁ ହରିୟାଣା ମହିଳା କଂଗ୍ରେସର ସଭାପତି ଭାବେ ନିଯୁକ୍ତ କରାଯାଇଛି।

Comments are closed.