ଜି.ଉଦୟଗିରି ବ୍ରାହ୍ମଣ ସମାଜ ଓ ପର୍ଶୁରାମ ବାହିନୀର ବାର୍ଷିକ ବନ୍ଧୁମିଳନ
ଜି.ଉଦୟଗିରି : ସ୍ଥାନୀୟ ଧବଳେଶ୍ଵର ମନ୍ଦିର ପରିସରରେ ବ୍ରାହ୍ମଣ ସମିତି ସଭାପତି ବିନୋଦ ବିହାରୀ ଦାଶଙ୍କ ଅଧ୍ୟକ୍ଷତାରେ ବ୍ରାହ୍ମଣ ସମାଜ ଓ ପର୍ଶୁରାମ ବାହିନୀର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ବରିଷ୍ଠ ପୁରୋହିତ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ ବର୍ତ୍ତମାନ ଯୁଗରେ ପୂର୍ବ ନୀତିନିୟମ ଭୁଲିଯାଇ ଆଧୁନିକ ଋଚିକୁ ବେଶ୍ ଆପଣାଉ ଥିବାରୁ ମଣିଷ ପୂର୍ବ ସଂସ୍କାରକୁ ଭୁଲି ନ ଯିବା ପାଇଁ ଷୋହଳ ସଂସ୍କାର ଉପରେ ଗୁରୁତ୍ଵାରୋପ କରିଥିଲେ। ସେହିପରି ବର୍ତ୍ତମାନ ମହାମାରୀ କରୋନା ଠାରୁ କିପରି ନିଜକୁ ସୁରକ୍ଷିତ ରଖାଯାଇ ପାରିବ ସେଦିଗରେ ଡ.ପ୍ରଶାନ୍ତ କୁମାର ମହାପାତ୍ର ମତବ୍ୟକ୍ତ କରିଥିଲେ। ପୂର୍ବରୁ ସମିତିର ସମ୍ପାଦକ ବଟକୃଷ୍ଣ ଦାଶ ବିବରଣୀ ପାଠ କରିଥିବା ବେଳେ,କୋଷାଧ୍ୟକ୍ଷ ବିଜୟ କୁମାର ମହାପାତ୍ର ଆୟ ବ୍ୟୟର ବିବରଣୀ ପ୍ରଦାନ କରିଥିଲେ। ରାଜେନ୍ଦ୍ର ମହାପାତ୍ର, ରବିନ୍ ପାଢୀ,ରବିନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି କ୍ୟାଲେଣ୍ଡର ଉନ୍ମୋଚନ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ପ୍ରତାପ୍ ପଣ୍ଡା, ବିନୋଦ ପାତ୍ର, ବୁଲୁ ତ୍ରିପାଠୀ ସମେତ ପର୍ଶୁରାମ ବାହିନୀ ସହଯୋଗ କରିଥିଲେ।
Comments are closed.