ପ୍ରବଳ ବର୍ଷା ଯୋଗୁଁ ବଣ୍ଡାଘାଟିରେ ବ୍ୟାପକ ଅଞ୍ଚଳରେ  କ୍ଷୟ କ୍ଷତି

0

ମାଲକାନଗିରି .-  ଲଗାଣ ବର୍ଷାରେ ଆଦିବାସୀ ଜନଜାତି ବଣ୍ଡା ସମ୍ପ୍ରଦାୟର ଲୋକ ବାସ କରୁଥିବା ମୁଦୁଲିପଡା ଅଣ୍ଡ୍ରାହାଲରେ ପ୍ରବଳ କ୍ଷୟ କ୍ଷତି ହୋଇଛି । ଖଇରପୁଟ ଠାରୁ ମୁଦୁଲିପଡା ପ ର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ ଧୋଇ ହୋଇ ଯାଇଥିବା ବେଳେ ଏଠାରେ ଥିବା ଦୁଇଟି ବିଦ୍ୟାଳୟର ଶ୍ରେଣୀ ଗୃହ ଓ ଆବାସିକ ବିଦ୍ୟାଳୟର ଛାତରୁ ପାଣି ଗଳୁଛି । ଏଥି ଯୋଗୁଁ ଏଠାରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ବହୁ ଆସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଶନିବାରରେ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ଶିଶା ବଣ୍ଡାଘାଟି ଅଣ୍ଡ୍ରାହାଲ  ପରିଦର୍ଶନ କରିଥିଲେ  । ସେଠାରେ ଥିବା  ବିଦ୍ୟାଳୟରେ ଶିକ୍ଷକ ନ ଥିବା ଓ ଆବାସିକ ଛାତ୍ରୀ ନିବାସର ଶୋଚନୀୟ ଅବସ୍ଥା ଦେଖି ସରକାରୀ କଳର ଉଦାସିନତା ପ୍ରତି କ୍ଷୁବ୍ଧ ହୋଇଥିଲୋ ବିଦ୍ୟାଳୟରେ  ଶିକ୍ଷକ ଅନୁପସ୍ଥିତ ଥିବା ବେଳେ ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ବଣ୍ଡାଘାଟୀରେ ବର୍ଷା ପରେ କୌଣସି ସରକାରୀ ସହାୟତା ପହଞ୍ଚି ନ ଥିବା ଅଭିଯୋଗ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଧୋଇ ହୋଇ ଯାଇଥିବା ବେଳେ କେତକ ସ୍ଥାନରେ ବଡ ବଡ ପଥର ପାହାଡରୁ ଖସି ଆସି ପଡି ରହିଛି । ୪ ଫୁଟ ଉଚ୍ଚରେ  ଏହି ଅଞ୍ଚଳରେ  ପ୍ରାୟ ୩ ହଜାରରୁ ଉର୍ଦ୍ଧ ଆଦିମ ଜନଜାତି ମୁଦୁଲିପଡା, ଅଣ୍ଡ୍ରାହାଲ ପଞ୍ଚାୟତରେ ରହୁଛନ୍ତି । ଏମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗୁଁ ଦେବାପାଇଁ ଦାବି ହେଉଛି ।

Leave A Reply