ପରଦାରେ ‘ବନ୍ଦେମାତରମ୍‍’

0

ଭାରତର ସ୍ୱାଧୀନତା ସଂଗ୍ରାମକୁ ଭିତ୍ତି କରି ବଲିଉଡ୍‍ରେ ଏକାଧିକ ସିନେମା ନିର୍ମାଣ କରାଯାଇଛି। ଦର୍ଶକ ଏହାକୁ ଖୁବ୍‍ ପସନ୍ଦ କରିଛନ୍ତି। ଭାରତର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ମହାନାୟକମାନଙ୍କର ତ୍ୟାଗ ଓ ବଳିଦାନର କାହାଣୀ ଏସବୁ ସିନେମାରେ ପ୍ରଦର୍ଶନ କରାଯାଇଛି। ବଲିଉଡ୍‍ରେ ଏପରି ଏକ ଫିଲ୍ମ ଥିଲା ‘ଆନନ୍ଦମଠ’। ଏଥିରେ ବଙ୍କିମଚନ୍ଦ୍ରଙ୍କ ରଚିତ ‘ବନ୍ଦେମାତରମ୍‍’ ଗୀତ ପ୍ରଥମ କରି ପରଦା ଉପରକୁ ଆସିଥିଲା। ଲତା ମଙ୍ଗେସକରଙ୍କ କଣ୍ଠରେ ଏହି ଗୀତ କାଳଜୟୀ ହୋଇପାରିଛି। ୧୯୫୨ ମସିହାରେ ସିନେମାଟି ମୁକ୍ତିଲାଭ କରିଥିଲା। ବଙ୍କିମଚନ୍ଦ୍ରଙ୍କ ରଚିତ ଉପନ୍ୟାସ ‘ଆନନ୍ଦମଠ’ର କାହାଣୀକୁ ନେଇ ଫିଲ୍ମଟି ନିର୍ମିତ ହୋଇଛି। ଏଥିରେ ଭାରତ ଭୂଷଣ, ଗୀତା ବାଲି, ପୃଥ୍ୱୀରାଜ କପୁର, ପ୍ରଦୀପ କୁମାରଙ୍କ ପରି କଳାକାର ଅଭିନୟ କରିଥିଲେ। ସପ୍ତଦଶ ଶତାବ୍ଦୀର ଶେଷ ଭାଗକୁ ହୋଇଥିବା ସନ୍ନ୍ୟାସୀ ଆନ୍ଦୋଳନକୁ ନେଇ ଏହି କାହାଣୀ ରଚିତ ହୋଇଥିଲା। ସିନେମାଟି ବିଶେଷ ସଫଳତା ହାସଲ କରିପାରିନଥିଲେ ମଧ୍ୟ ସ୍ୱାଧୀନତା ପରର ପ୍ରଥମ ଦେଶାତ୍ମବୋଧକ ସିନେମା ଏବଂ ବନ୍ଦେମାତରମ୍‍ ଗୀତ ଯୋଗୁ ଇତିହାସରେ ସ୍ଥାନିତ ହୋଇପାରିଛି।

Leave A Reply